ନକଲି ଜିପିଏସ୍ ସିଗ୍ନାଲ୍ ହେତୁ ୧୫ ଦିନ ମଧ୍ୟରେ ୨୦ ଟି ବିମାନ ବାଟବଣା ହୋଇଛି । ଏପରିକି ପାଇଲଟମାନଙ୍କୁ ଏଟିସିରୁ ସେମାନଙ୍କ ନିଜର ଅବସ୍ଥାନ ଓ ସମୟ ପଚାରିବାକୁ ପଡିଲା । ପ୍ରଥମ ଥର ପାଇଁ ଏହିପରି ନକଲି ସିଗନାଲ୍ ପଠାଇ ଯାତ୍ରୀ ବିମାନ ଉଡ଼ାଣରେ ବାଧାସୃଷ୍ଟି କରାଯାଇଛି ।
ନକଲି ଜିପିଏସ୍ ସିଗନାଲ୍ କାରଣରୁ ବାଟବଣା ହୋଇଥିବା ବିମାନଗୁଡ଼ିକ ହେଲା ବୋଇଙ୍ଗ 777, 737 ଏବଂ 747 ।
ଇରାନରେ ବିମାନ ସେବା ସମ୍ବନ୍ଧିତ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗତ ୧୫ ଦିନ ମଧ୍ୟରେ ଇରାନ ଏୟାରସ୍ପେସ୍ ୨୦ ଟି ବିମାନ ଏବଂ ଜେଟକୁ ନକଲି ଜିପିଏସ୍ ସିଗନାଲ୍ ପଠେଇଛି । ଏହି ସିଗନାଲ୍ ଗୁଡିକ ଭୂପୃଷ୍ଠରୁ ପଠାଯାଇଥିଲା ଏବଂ ବିମାନର ନାଭିଗେସନ୍ ସିଷ୍ଟମକୁ ହ୍ୟାକ କରିବା, ଜିପିଏସ୍ ସିଗନାଲ୍କୁ ଓଭରରାଇଡ କରିବା ଏବଂ ବିମାନକୁ ବାଟବଣା କରିବା ପାଇଁ ଯଥେଷ୍ଟ ଥିଲା ।
ନକଲି ଜିପିଏସ୍ ସିଗନାଲ୍ ଯୋଗୁଁ ବିମାନଗୁଡ଼ିକ ବାଟବଣା ହେଇଥିଲା । ଏହା ପରେ ପାଇଲଟମାନଙ୍କୁ ଏଟିସିରୁ ସେମାନଙ୍କ ନିଜର ଲୋକେସନ ପଚାରିବାକୁ ପଡିଥିଲା । କୁହାଯାଉଛି ଯେ ପ୍ରଥମ ଥର ପାଇଁ ଏହି ଉପାୟରେ ଯାତ୍ରୀବାହୀ ବିମାନ ଚଳାଚଳକୁ ବିଭ୍ରାଟ କରାଯାଇଛି । ନକଲି ଜିପିଏସ୍ ସିଗନାଲ୍ କାରଣରୁ ବାଟବଣା ହୋଇଥିବା ବିମାନଗୁଡ଼ିକ ହେଲା ବୋଇଙ୍ଗ 777, 737 ଏବଂ 747 । ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିଷ୍ଟାରା ଆଦି କମ୍ପାନୀ ଏହି ଉଡାଣ କ୍ଷେତ୍ରକୁ ସାନ ଫ୍ରାନ୍ସିସ୍କୋ, ଇସ୍ତାନବୁଲ, ବାକୁ ଏବଂ ଲଣ୍ଡନକୁ ଯିବାପାଇଁ ବ୍ୟବହାର କରିଥାନ୍ତି ।
ଫ୍ଲାଇଟ୍ ଡାଟା ଇଣ୍ଟେଲିଜେନ୍ସ କ୍ରାଉଡ ସୋର୍ସିଂ ୱେବସାଇଟ୍ ଚଳାଉଥିବା ଓପ୍ସ ଗ୍ରୁପ୍ ଅନୁଯାୟୀ ଅଧିକାଂଶ ଜିପିଏସ୍ ସ୍ପୁଫିଙ୍ଗ ଇରାନର ଆକାଶ ମାର୍ଗକ୍ଷେତ୍ରରେ UM 688 ରେ ଘଟିଛି। ଜିପିଏସ୍ ସିଗନାଲ୍ ସ୍ପୁଫିଙ୍ଗ୍ ପ୍ରକୃତ ଉପଗ୍ରହ ସଙ୍କେତକୁ ନକଲି ସାଟେଲାଇଟ୍ ସିଗ୍ନାଲ୍ ସହିତ ବଦଳାଇ ଦେଇଥାଏ । ୧୫ ଦିନରେ ପ୍ରାୟ ୨୦ ଟି ବିମାନ ନକଲି ସିଗନାଲ ଯୋଗୁଁ ପଥ ବିଭ୍ରାନ୍ତ ହୋଇଥିଲା ।
ଆମେ କେଉଁଠାରେ ଅଛୁ ବୋଲି ଜଣେ ପାଇଲଟଙ୍କୁ ବାଗଦାଦ ଏଟିସିଙ୍କୁ ପଚାରିବାକୁ ପଡିଥିଲା । ଆମେରିକାର ବେସାମରିକ ବିମାନ ଚଳାଚଳ ନିୟାମକ ମଧ୍ୟ ଇରାକ ଏବଂ ଆଜେରବାଇଜାନରେ ସମ୍ଭାବ୍ୟ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/iran.jpg)
/kanak/media/post_attachments/wp-content/uploads/2023/10/nnnnnnnnnnnn-300x200.jpg)