କନକ ବ୍ୟୁରୋ : ଇରାନୀ ପାତ୍ର । ଅର୍ଚ୍ଚନାର ନାଗଫାସ ପରେ ବହୁରୁପୀ ଇରାନୀ କୁ ନେଇ ଚର୍ଚ୍ଚା । ନୀରିହ ଚେହେରାର ଖୋଳପା ପିନ୍ଧି ସୋସିଆଲ ମିଡିଆରେ ରୁପ ବଦଳାଉଥିବା ଇରାନୀର ଅସଲ ଚେହେରା ଏବେ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ବଡଚଣାର ଯୁବ ଡାକ୍ତରଙ୍କୁ ବ୍ଲାକମେଲ କରି ୧୦ ଲକ୍ଷ ଲୁଟ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ ବଢି ଚାଲିଛି । ତମାଣ୍ଡୋ ଥାନାର ଦ୍ୱାରସ୍ଥ ହୋଇ ଆଉ ଜଣେ ବ୍ୟକ୍ତି ଇରାନୀ ବିରୋଧରେ ଅଭିଯୋଗ କରିଛନ୍ତି । ସ୍ତ୍ରୀଙ୍କୁ ଏମ୍ସରେ ଚାକିରି କରେଇଦେବାକୁ କହି ଇରାନୀ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିଲା । ଆଉ ଚାକିରି ନହେବାରୁ ଟଙ୍କା ଫେରସ୍ତ ମାଗିଲେ ମିଛ ମାମଲାରେ ଥାନାରେ ଭର୍ତି କରିଦେବାର ଧମକ ଦେଉଥିଲା ଇରାନୀ । ତେବେ ଇରାନୀର ହନିଟ୍ରାପରେ ଫସି ଲୋକଲଜ୍ଜା ଭୟରେ ଥାନାକୁ ଆସିପାରୁନଥିବା ଲୋକମାନେ ଏବେ ଧିରେ ଧିରେ ଥାନାକୁ ଆସିଲେଣି ।

Advertisment

ଇରାନୀ ଏଭଳି ଭାବରେ ଲୋକଙ୍କୁ ଫସାଉଥିଲା ଯେ, ଲୋକଲଜ୍ଜା ଭୟରେ ଲୋକମାନେ ଥାନାକୁ ଯିବାକୁ ଡରୁଥିଲେ । ବଡଚଣାର ଯୁବ ଡାକ୍ତର ୧୦ ଲକ୍ଷ ଟଙ୍କା ହରାଇବା ପରେ ତମାଣ୍ଡୋ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଉ ତାପରଠୁ ବଢିଚାଲିଛି ଅଭିଯୋଗ ସଂଖ୍ୟା । ତଦନ୍ତ ବେଳେ ପୋଲିସ ଅନୁମାନ କôରୁଛି, ସାରା ରାଜ୍ୟର ଶହେରୁ ଅଧିକଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା ଠକିନେଇଛି ଇରାନୀ । ପୋଲିସ କହିଛି ଠକେଇ ହୋଇଥିବା ବ୍ୟକ୍ତିବିଶେଷ ଥାନାର ଦ୍ୱାରସ୍ଥ ହୁଅନ୍ତୁ, ସେମାନଙ୍କ ନାମ ଓ ଠିକଣା ଗୋପନ ରଖାଯିବ ।

ଇରାନୀ ପାତ୍ରର ସ୍ୱାମୀ ନିଶିକାନ୍ତ ପାତ୍ରକୁୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ପୋଲିସ ଆବେଦନ କରିଛି । ଇରାନୀର ମାୟାଜାଲରେ ପଡିଥିବା ନେତା, ଅଫିସର. ଶିଳ୍ପପତି, ବ୍ୟବସାୟୀଙ୍କ ଚେହେରା ସାମ୍ନାକୁ ଆସିବ ନା ଚାପି ହୋଇରହିଯିବ ତାହାହିଁ ସବୁଠାରୁ ବଡପ୍ରଶ୍ନ ।