ଇରାନ୍ ଏବଂ ଆମେରିକା ଭିତରେ ଏବେ ଅହିନକୁଳ ସଂପର୍କ । ଆମେରିକା ଦ୍ୱାରା ଇରାନ୍ କମାଣ୍ଡର ଜେନେରାଲ୍ କାସିମ୍ ସୁଲେମାନୀଙ୍କ ହତ୍ୟା ପରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦେଶ । ରବିବାର ଆମେରିକା ରାଷ୍ଟ୍ରପତି ଇରାନ୍ କୁ ଧମକ ଦେବା ପରେ ଇରାନ୍ ମଧ୍ୟ ଜେସାକୁ ତେସା ନୀତି ଆପଣାଇଛି । କେଇ ଘଣ୍ଟା ମଧ୍ୟରେ ହିଁ ଟ୍ରମ୍ପଙ୍କ ଉପରେ ପୁରସ୍କାର ରାଶି ଘୋଷଣା କରିଦେଇଛି ଇରାନ୍ । ଦ ମିରର୍ ର ରିପୋର୍ଟ ମୁତାବକ , ଜେନେରାଲ୍ ସୁଲେମାନୀର ଅନ୍ତିମ ସଂସ୍କାର ସମୟରେ ଏକ ସଂସ୍ଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡକାଟ କଲେ ୮୦ ମିଲିୟନ୍ ଡଲାର୍ ପୁରସ୍କାର ଦେବ ବୋଲି ଘୋଷଣା କରିଛି ।
ଏହି ସଂସ୍ଥା ଇରାନ୍ ର ସବୁ ନାଗରିକଙ୍କୁ ୧ ଡଲାର୍ ଦାନ କରିବାକୁ ମଧ୍ୟ ଅପିଲ୍ କରିଥିଲା । ସବୁ ନାଗରିକଙ୍କ ଟଙ୍କାକୁ ଏକାଠୀ କରି ପୁରସ୍କାର ଦିଆଯିବ ବୋଲି ସଂସ୍ଥା ଘୋଷଣା କରିଥିଲା । ଜେନେରାଲ୍ ସୁଲେମାନୀର ଶବ ରବିବାର ଇରାନ୍ ର ରାଜଧାନୀ ତେହରାନ୍ ରେ ପହଁଚିବା ପରେ ଶେଷଯାତ୍ରା ବାହାରିଥିଲା । ହଜାର ହଜାର ଲୋକ ଏକାଠି ହୋଇ ଆମେରିକା,ଇସ୍ରାଏଲ୍ ଏବଂ ସାଉଦି ଆରବ ବିରୋଧରେ ନାରାବାଜି କରିଥିଲେ । ସୁଲେମାନୀର ଶବ ସହ ଇରାକର ଲୋକପ୍ରିୟ ମୋବିଲାଇଜେସନ୍ ଫ୍ରଣ୍ଟ୍ ର ଦ୍ୱିତୀୟ କମାଣ୍ଡର ଅବ୍ୱୁ ମହଦୀ ଅଲ୍-ମୁହାଁଦିସ୍ ର ଶବ ଡିଏନଏ ଟେଷ୍ଟ ପାଇଁ ଇରାନ୍ ଅଣାଯାଇଥିଲା । ଅବ୍ୱୁ ମହଦୀ ମଧ୍ୟ ସୁଲେମାନୀ ସହ ଆମେରିକା ଏୟାର୍ ଷ୍ଟ୍ରାଇକ୍ ସମୟରେ ପ୍ରାଣ ହରାଇଥିଲା ।
ତେବେ ଏନେଇ ଟ୍ରମ୍ପଙ୍କୁ କୌଣସି ଫରକ୍ ପଡିନଥିବା କଥା ଦେଖାଯାଉଛି । ନିଜ ମୁଣ୍ଡ ଉପରେ ରଖାଯାଇଥିବା ପୁରସ୍କାରକୁ ନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ଇରାନ୍ ଯଦି ୟୁଏସ୍ ପ୍ରତିଷ୍ଠାନ କିମ୍ବା ଆମେରିକୀୟ ନାଗରିକକୁ କ୍ଷତି ପହଁଚାଇବା ପାଇଁ ଚେଷ୍ଟା କଲେ ଏହାର ପରିଣାମ ଭୟଙ୍କର ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/BBYDAm3.jpg)
/kanak/media/post_attachments/wp-content/uploads/2020/01/soleimani1-300x169.jpg)
/kanak/media/post_attachments/wp-content/uploads/2020/01/1_MAIN0_DNP_CHP_050120-Iran_112-IranJPG-300x200.jpg)