ମସଜିଦ୍ ଉପରେ ଲାଲ୍ ଝଣ୍ଡା ଉଡାଇ ଆମେରିକା ବିରୋଧରେ ଯୁଦ୍ଧର ଇସାରା ଦେଲା ଇରାନ୍ । ଆମେରିକା ଦୂତାବାସ ଉପରେ ରକେଟ୍ ମାଡ଼

ସେପଟେ ଆମେରିକା ଆକାଶରେ ଯୁଦ୍ଧବିମାନର ବଢ଼ିଲା ଗତିବିଧି

1,635

କନକ ବ୍ୟୁରୋ: ମସଜିଦ୍ ଉପରେ ଲାଲ୍ ଝଣ୍ଡା ଉଡାଇ ଆମେରିକା ବିରୋଧରେ ଯୁଦ୍ଧର ଇସାରା ଦେଲା ଇରାନ୍ । ସୁଲେମାନୀଙ୍କ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ଇରାନ୍ ଖୋଲାଖୋଲି ନହେଲେ ବି ଯୁଦ୍ଧ ପାଇଁ ଏକ ପ୍ରକାର ଇସାରା ଦେଇଛି । ସ୍ଥାନୀୟ ଏକ ମସଜିଦରେ ଲାଲ୍ ଖଣ୍ଡ ଉଡ଼ାଇ ଏଭଳି ଏକ ଇସାରା ଦେଇଛି । ଆନ୍ତର୍ଜାତୀକ ଗଣମାଧ୍ୟମ ଏହାକୁ ଇରାନର ଯୁଦ୍ଧ ଘୋଷଣା ବୋଲି ଆକଳନ କରୁଛନ୍ତି । ଯାହା ସାରା ଦୁନିଆ ପାଇଁ ଏକ ବଡ ସଂକଟ ଭାବେ ଉଭା ହୋଇଛି । ଏପଟେ ଇରାକରେ ଥିବା ଆମେରିକାର ଦୁତାବାସ ଉପରେ ରକେଟ୍ ମାଡ଼ ହୋଇଛି ।

ସୂଚନା ଅନୁସାରେ ଇରାକ୍ର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ଉପରେ ବଡ଼ଧରଣର ରକେଡ୍ ମାଡ଼ କରାଯାଇଛି । ସ୍ଥାନୀୟ ସୁରକ୍ଷାକର୍ମୀ ଦେଇଥିବା ସୂଚନା ଅନୁସାରେ ବାଗଦାର ଗ୍ରୀନ୍ ଜୋନ୍ ପରିଧି ଭିତରେ ଥିବା ଏହି ଦୂତାବାସ ଉପରେ ଆକ୍ରମଣ ହୋଇଛି । ତେବେ ଏହି ଆକ୍ରମଣରେ ନିର୍ଦ୍ଧିଷ୍ଟ ଭାବେ କେତେ ଜଣ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବଡ଼ କଥା ହେଉଛି ଏହି ଆକ୍ରମଣ ପରେ ଆମେରିକା ଆକାଶରେ ଯୁଦ୍ଧ ବିମାନର ଗତିବିଧି ବଢ଼ି ଯାଇଛି ।

ମିଳିଥିବା ସୂଚନା ଅନୁସାରେ ଇରାକରେ ଥିବା ବଲାଦ୍ ବିମାନବନ୍ଦର ଉପରେ ଦୁଇଟି ରକେଡ୍ ମାଡ଼ ମଧ୍ୟ କରାଯାଇଛି । ଏହି ବିମାନବନ୍ଦର ଆମେରିକା ସୁରକ୍ଷାବାହିନୀ ସେନା ଠିକଣା ଭାବରେ ଜଣାଶୁଣା । ଆମେରିକା ଦୂତାବାସ ଉପରେ ଏହି ଆକ୍ରମଣ ଠିକ୍ ସେତିକି ବେଳେ ହୋଇଛି ଯେତେବେଳେ ଆମେରିକା ଇରାନ୍ର ଟପ୍ କମାଣ୍ଡର ଜେନେରାଲ କାସୀମ୍ ସୁଲେମାନୀଙ୍କୁ ଏୟାର ଷ୍ଟ୍ରାଇକ୍ ଜରିଆରେ ହତ୍ୟା କରାଯାଇଛି । ଆମେରିକାର ଏହି ଆକ୍ରମଣରେ ମୋଟ୍ ୮ଜଣ ପ୍ରାଣ ହରାଇଛନ୍ତି । ଆମେରିକାର ଏହି ଆକ୍ରମଣ ପରେ ଇରରାନ୍ ଏହାର ପ୍ରତିଶୋଧ ନେବାକୁ ଘୋଷଣା କରିଛି । ଆଉ ଏହି ଏୟାର ଷ୍ଟ୍ରାଇକ୍ ପରେ ପରେ ହିଁ ଆମେରିକା ଓ ଇରାନ୍ ଏକ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି ।