ବିମାନ ଦୁର୍ଘଟଣା ପରେ ଭୂମିକମ୍ପ : ଇରାନ୍ ରେ ବଡ ବିମାନ ଦୁର୍ଘଟଣା ପରେ ଏବେ ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ପାଖରେ ଭୂମିକମ୍ପ ।

302

ଆମେରିକା ଏବଂ ଇରାନ ଭିତରେ ଚାଲିଥିବା ତିକ୍ତତା ସମୟରେ ଇରାନର ରାଜଧାନୀ ତେହେରାନ ସ୍ଥିତ ଇମାମ୍ ଖୁମେନୀ ବିମାନ ଆଡ୍ଡାରେ ବଡ଼ ବିମାନ ଦୁର୍ଘଟଣା ଘଟିଯାଇଥିଲା । ୟୁକ୍ରେନ୍ ର ଏହି ବିମାନରେ ୧୮୦ ଜଣ ଯାତ୍ରୀ ବସିଥିଲେ । ଯାନ୍ତ୍ରିକ ତ୍ରୁଟିରୁ ବିମାନ ଦୁର୍ଘଟଣାଗ୍ରସ୍ତ ସୂଚନା ମିଳିଥିବା ବେଳେ ଉଡାଣ ଆରମ୍ଭରୁ ୟୁକ୍ରେନ୍ ବିମାନ ବୋଇଂ-୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ସକାଳୁ ସକାଳୁ ଏହି ଦୁଃଖଦ ଖବର ସମସ୍ତଙ୍କୁ ଚକିତ କରିଥିବା ବେଳେ ଏବେ ବୁସହରର ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ପାଖରେ ଭୂମିକମ୍ପର ଝଟକା ହୋଇଥିବା କଥା ସୂଚନା ମିଳୁଛି ।

ବିମାନ ଦୁର୍ଘଟଣା କିଛି ସମୟ ପରେ ଇରାନ୍ ର ଦକ୍ଷିଣ-ପଶ୍ଚିମ କ୍ଷେତ୍ର ବୁସହର ସ୍ଥିତ ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ପାଖରେ ଭୂମିକମ୍ପ ହୋଇଥିବା କଥା ସୂଚନା ମିଳିଛି । ଭୂମିକମ୍ପର ତୀବ୍ରତା ୪.୯ ଥିଲା ବୋଲି କୁହାଯାଉଛି ।

Comments are closed.