ଆମେରିକା ଏବଂ ଇରାନ ଭିତରେ ଚାଲିଥିବା ତିକ୍ତତା ସମୟରେ ଇରାନର ରାଜଧାନୀ ତେହେରାନ ସ୍ଥିତ ଇମାମ୍ ଖୁମେନୀ ବିମାନ ଆଡ୍ଡାରେ ବଡ଼ ବିମାନ ଦୁର୍ଘଟଣା ଘଟିଯାଇଥିଲା । ୟୁକ୍ରେନ୍ ର ଏହି ବିମାନରେ ୧୮୦ ଜଣ ଯାତ୍ରୀ ବସିଥିଲେ । ଯାନ୍ତ୍ରିକ ତ୍ରୁଟିରୁ ବିମାନ ଦୁର୍ଘଟଣାଗ୍ରସ୍ତ ସୂଚନା ମିଳିଥିବା ବେଳେ ଉଡାଣ ଆରମ୍ଭରୁ ୟୁକ୍ରେନ୍ ବିମାନ ବୋଇଂ-୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ସକାଳୁ ସକାଳୁ ଏହି ଦୁଃଖଦ ଖବର ସମସ୍ତଙ୍କୁ ଚକିତ କରିଥିବା ବେଳେ ଏବେ ବୁସହରର ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ପାଖରେ ଭୂମିକମ୍ପର ଝଟକା ହୋଇଥିବା କଥା ସୂଚନା ମିଳୁଛି । /kanak/media/post_attachments/wp-content/uploads/2020/01/earth_755_1578456933_618x347-300x168.jpeg)
ବିମାନ ଦୁର୍ଘଟଣା କିଛି ସମୟ ପରେ ଇରାନ୍ ର ଦକ୍ଷିଣ-ପଶ୍ଚିମ କ୍ଷେତ୍ର ବୁସହର ସ୍ଥିତ ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ପାଖରେ ଭୂମିକମ୍ପ ହୋଇଥିବା କଥା ସୂଚନା ମିଳିଛି । ଭୂମିକମ୍ପର ତୀବ୍ରତା ୪.୯ ଥିଲା ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/Capture-5.png)