ଥମିବାରେ ନା ନେଉ ନାହିଁ ଆମେରିକା-ଇରାନ ବିବାଦ ! ନିଆଁ ସହ ଖୋଲିବା ଲାଗି ସାହାସ କରନାହିଁ କହିଲେ ଟ୍ରମ୍ପ

Advertisment
ଥମିବାରେ ନା ନେଉ ନାହିଁ ଆମେରିକା-ଇରାନ ବିବାଦ ! ନିଆଁ ସହ ଖୋଲିବା ଲାଗି ସାହାସ କରନାହିଁ କହିଲେ ଟ୍ରମ୍ପ

କନକ ବ୍ୟୁରୋ : ଆମେରିକା-ଇରାନ୍ ଉତ୍ତେଜନା ଦିନକୁ ଦିନ ଅଧିକ ଉଗ୍ରରୂପ ନେଉଛି। ୨୦୧୫ରେ ହୋଇଥିବା ପରମାଣୁ ଚୁକ୍ତିର ଇରାନ ଉଲ୍ଲଂଘନ କରିଛି। ଗତକାଲି ଇରାନ୍ ସ୍ବୀକାର କରିଥିଲା ଯେ ୨୦୧୫ ଚୁକ୍ତି ଅନୁଯାୟୀ ଏହା ଯେତିକି ପରିମାଣରେ ୟୁରାନିୟମ ଗଚ୍ଛିତ ରଖିବାପାଇଁ ଅନୁମତି ପାଇଥିଲା ତା’ଠାରୁ ଆହୁରି ଅଧିକ ୟୁରାନିୟମ ଗଚ୍ଛିତ ରଖିଛି । ଆମେରିକା ଇରାନର ଏହି ଘୋଷଣା ପରେ ନିଜ ଆଭିମୁଖ୍ୟ ଆହୁରି କଠୋର କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏ ପ୍ରସଙ୍ଗରେ ନିଜ ମତ ରଖି କହିଛନ୍ତି , ଇରାନ୍ ପାଇଁ ଆଉ କିଛି ବାର୍ତ୍ତା ହିଁ ନାହିଁ। ଇରାନ୍ କ’ଣ କରୁଛି ତାହା ସେ ନିଜେ ଜାଣେ।

publive-imageକିନ୍ତୁ ଇରାନ୍ ଏତିକି ଜାଣି ରଖିବା ଉଚିତ୍ ଯେ ଏହା ନିଆଁ ସହ ଖେଳୁଛି ଏବଂ ଏଭଳି କରିବା ଆଦୌ ଉଚିତ ନୁହେଁ। ଇରାନର ଏଭଳି କାର୍ଯ୍ୟ ପାଇଁ ଏବେ ଇସ୍ରାଏଲ ୟୁରୋପୀୟ ଦେଶଗୁଡ଼ିକୁ ଇରାନ୍ ଉପରେ କଟକଣା ଲଗାଇବାପାଇଁ କହିଛନ୍ତି । ରୁଷ୍ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ କହିଛି ଯେ ଏହା ଆମେରିକାର ଅତ୍ୟଧିକ ଚାପର ଫଳ। ନିକଟ ଅତୀତରେ ଏଭଳି କିଛି ଘଟଣା ଘଟିଛି ଯାହା ଫଳରେ ୨୦୧୫ରେ ସ୍ବାକ୍ଷର ହୋଇଥିବା ଚୁକ୍ତି ବିଫଳ ହୋଇଯାଇଛି।

publive-imageତେବେ ଇରାନ୍ ଆଗକୁ ଏଭଳି ପଦକ୍ଷେପରୁ ଦୂରେଇ ରହିବା ଉଚିତ୍ ବୋଲି ବ୍ରିଟେନ୍ କହିଛି। ଇରାନ୍ ବିଦେଶ ମନ୍ତ୍ରୀ ମହମ୍ମଦ ଜାଭେଦ ଜାରିଫ୍ କହିଛନ୍ତି ଇରାନ କିଛି ବି ଭୁଲ୍ କରିନାହିଁ। ଏହା କୌଣସି ଚୁକ୍ତି ଉଲ୍ଳଂଘନ କରିନଥିବା ଜାରିଫ୍ କହିଛନ୍ତି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ପରମାଣୁ ସଂସ୍ଥାନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଇରାନ୍ ଚୁକ୍ତି ଉଲ୍ଲଂଘନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe