କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ, ଇସ୍ରାଏଲ ଉପରେ ଇରାନର ଘନ ଘନ କ୍ଷେପଣାସ୍ତ୍ର ମାଡ଼ ଓ ଡ୍ରୋନ ଆକ୍ରମଣ । ହାଇ ଆଲର୍ଟ ମୋଡରେ ଆଇଡିଏଫ, ଇସ୍ରାଏଲର ସମସ୍ତ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । ଇରାନ ପକ୍ଷରୁ ଆରମ୍ଭ ହୋଇଥିବା ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ ସେନା ପ୍ରସ୍ତୁତ ରହିଥିବା ବେଳେ ଜରୁରୀକାଳୀନ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ବୋଞ୍ଜାମିନ୍ ନେତାନ୍ୟାହୁ । ସିରିଆରେ ଇରାନୀ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣ ପରେ ପ୍ରତିଶୋଧ ନେଇଛି ବୋଲି ସୋସିଆଲ ମିଡ଼ିଆ ଏକ୍ସରେ ଇରାନ ପକ୍ଷରୁ ଭିଡ଼ିଓ ବିବୃତି ଜାରି କରାଯାଇଛି ।

ଅନ୍ୟପଟେ ଏହି ଆକ୍ରମଣ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ପ୍ରତିକ୍ରିୟା ପ୍ରକାଶ କରିବା ସହ ଇରାନର ଆକ୍ରମଣକୁ ନିନ୍ଦା କରିଛନ୍ତି । ଇରାନର ସୁରକ୍ଷା ପାଇଁ ଆମେରିକା ଅଂଟା ଭିଡିଥିବା ବେଳେ ଆଗକୁ ଯୁଦ୍ଧ ପରିସ୍ଥିତି ଆହୁରି ଘନେଇବା ନେଇ ଆଶଙ୍କା ଦେଖାଦେଇଛି । ଇରାନର ଆକ୍ରମଣ ପରେ ଇସ୍ରାଏଲ ସେନା ଏହାର କିପରି ଜବାବ ଦେଉଛି ତା ଉପରେ ପୁରା ବିଶ୍ୱର ନଜର ରହିଛି ।