ମଧ୍ୟପ୍ରାଚ୍ୟରେ ବଢୁଛି ଉତ୍ତେଜନା । ଇରାକରେ ଆମେରିକା ସେନା ଉପରେ ଇରାନର ବଡ ହମଲା । ସେନା ତାଲିମ କ୍ୟାମ୍ପ ଉପରେ କଲା ୧୨ରୁ ଅଧିକ ମିସାଇଲ ମାଡ

ଇରାନ ଏବଂ ଇରାକ ମଧ୍ୟରେ ସମସ୍ତ ବିମାନ ଉଡ଼ାଣ ବନ୍ଦ ନିର୍ଦ୍ଦେଶ

308

କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବଢୁଛି ଉତ୍ତେଜନା । ଇରାକରେ ଆମେରିକା ସେନା ଉପରେ ବଡ ହମଲା କରିଛି ଇରାନ ।  ଇରାକର ଅବରିଲ ଓ ଅଲ ଅସଦର ସୈନ୍ୟ କ୍ୟାମ୍ପ ଉପରେ  ଇରାନ ମିସାଇଲରେ ଆକ୍ରମଣ କରିଛି ।  ଏହି କ୍ୟାମ୍ପ ଉପରେ ୧୨ରୁ ଅଧିକ ମିସାଇଲ ମାଡ କରିଛି ଇରାନ ।  ସେନାର ତାଲିମ କ୍ୟାମ୍ପ ଉପରେ ଆକ୍ରମଣକୁ ଆମେରିକା ବି ସ୍ୱୀକାର କରିଛି । ତେବେ ଏହି ଆକ୍ରମଣରେ କେତେ  ହତାହତ ହୋଇଛନ୍ତି  ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଇରାନର ବିଭିନ୍ନ  ଗଣମାଧ୍ୟମର ସୂଚନା ଅନୁସାରେ,  କମାଣ୍ଡର ଜେନେରାଲ  କାସିମ ସୁଲେମାନିଙ୍କ ମୃତ୍ୟୁ ବଦଲା ନେବା ଲାଗି ଇରାନ ଏହି ଆକ୍ରମଣ କରିଛି । ଏହି ଆକ୍ରମଣ ପରେ ସକ୍ରିୟ ହୋଇଛି ହ୍ୱାଇଟ ହାଉସ ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରିସ୍ଥିତି ଉପରେ ନଜର ରଖିଛନ୍ତି ।  ସୁରକ୍ଷା ଦୃଷ୍ଟିରୁ ଆମେରିକା ପକ୍ଷରୁ ଇରାନ ଏବଂ ଇରାକ ଉପର ଦେଇ ଏହାର ସମସ୍ତ ବିମାନ ଉଡ଼ାଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି ଡୋନାଲ୍ଡ ଟ୍ରମ୍ପ । ଗତ ସପ୍ତାହରେ ଆମେରିକାର ଡ୍ରୋନ ହମଲାରେ  ଇରାନର କମାଣ୍ଡର କାସିମଲ ସୁଲେମାନି ନିହତ ହୋଇଥିଲା । ଏହି ଆକ୍ରମଣ ପରେ  ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ଦେଖାଦେଇଥିଲା ।  ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଂଚିଥିଲା ।