ତେହେରାନରେ ବଡ଼ ବିମାନ ଦୁର୍ଘଟଣା : ବିମାନରେ ଥିଲେ ୧୮୦ ଜଣ ଯାତ୍ରୀ । ଯାନ୍ତ୍ରିକ ତ୍ରୁଟିରୁ ବିମାନ ଦୁର୍ଘଟଣାଗ୍ରସ୍ତ ସୂଚନା ।

200

ଆମେରିକା ଏବଂ ଇରାନ ଭିତରେ ଚାଲିଥିବା ତିକ୍ତତା ସମୟରେ ଇରାନର ରାଜଧାନୀ ତେହେରାନ ସ୍ଥିତ ଇମାମ୍ ଖୁମେନୀ ବିମାନ ଆଡ୍ଡାରେ ବଡ଼ ବିମାନ ଦୁର୍ଘଟଣା ଘଟିଯାଇଛି । ଏହି ବିମାନ ୟୁକ୍ରେନ୍ ର ଥିଲା ବୋଲି ସୂଚନାରୁ ଜଣାପଡିଛି । ବିମାନରେ ୧୮୦ ଜଣ ଯାତ୍ରୀ ଥିବା କଥା ଶୁଣିବାକୁ ମିଳିଛି । ଯାନ୍ତ୍ରିକ ତ୍ରୁଟିରୁ ବିମାନ ଦୁର୍ଘଟଣାଗ୍ରସ୍ତ ସୂଚନା ମିଳିଥିବା ବେଳେ ଉଡାଣ ଆରମ୍ଭରୁ ୟୁକ୍ରେନ୍ ବିମାନ ବୋଇଂ-୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତାହତଙ୍କ ସୁଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ବର୍ତ୍ତମାନ ଘଟଣାସ୍ଥଳରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଇରାନ୍ ସରକାରୀ ନ୍ୟୁଜ୍ ଏଜେନ୍ସୀ ଆଇଏସଏନଏ କହିଛି ଯେ ବୋଇଂ ୭୩୭ ଜେଟ୍ ଯାନ୍ତ୍ରିକ ତ୍ରୁଟି କାରଣରୁ ଟେକ୍ ଅଫ୍ କରିବାର କିଛି ସମୟ ପରେ ଇରାନରେ ଦୁର୍ଘଟଣାଗ୍ରସ୍ତ ହେଲା ।