ପଂଜଶିର ଉପରେ ପାକିସ୍ତାନ ଆକ୍ରମଣକୁ ନେଇ କ୍ଷୁବ୍ଧ ଇରାନ୍: କହିଲା ଆଫଗାନ ମାଟିରେ ବାହାର ଶକ୍ତିକୁ କରିବୁନି ବରଦାସ୍ତ

Advertisment
ପଂଜଶିର ଉପରେ ପାକିସ୍ତାନ ଆକ୍ରମଣକୁ ନେଇ କ୍ଷୁବ୍ଧ ଇରାନ୍: କହିଲା ଆଫଗାନ ମାଟିରେ ବାହାର ଶକ୍ତିକୁ କରିବୁନି ବରଦାସ୍ତ

କନକ ବ୍ୟୁରୋ: ପଂଜଶିର ଗଡ ଉପରେ ପାକିସ୍ତାନର ଅନଧିକାର ପ୍ରବେଶ ଓ ଡ୍ରୋନ ମାଡକୁ ନେଇ କଡା ମନୋଭାବ ପ୍ରକାଶ କରିଛି ଇରାନ୍ । ପଂଜଶିର ଗଡରେ ପାକିସ୍ତାନ ଡ୍ରୋନ ଆକ୍ରମଣ କରିବା ନିହାତି ଅସଙ୍ଗତ । ଜାତିସଂଘ ପକ୍ଷରୁ ଏହାର ଯାଞ୍ଚ କରିଯିବା ଉଚିତ ବୋଲି ଇରାନ୍ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି । ରବିବାର ପାକିସ୍ତାନ ତାଲିବାନର ସାଥ ଦେଇ ପଂଜଶିର ଉପରେ ଯେପରି ବୋମା ବର୍ଷଣ କଲା ତାହା ବାସ୍ତବିକ ନିନ୍ଦନୀୟ । ଏଥିରେ ଯେଉଁ ଆଫଗାନି ନେତାଙ୍କ ଜୀବନ ଯାଇଛି ସେମାନଙ୍କ ପ୍ରତି ଶ୍ରଦ୍ଧାଂଜଳି ଜଣାଇଛନ୍ତି ଇରାନ୍ ସରକାର ।

publive-imageସୂଚନା ମୁତାବକ, ଆଫଗାନିସ୍ତାନର ସମସ୍ତ ଇଲାକାକୁ ତାଲିବାନ୍ ନିଜ କବଜାକୁ ନେଇ ସାରିଥିଲେ ବି ପଂଜଶିରକୁ ଜିତିପାରିନଥିଲା । ପଂଜଶିର ଓ ତାଲିବାନୀ ନେତାଙ୍କ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆଲୋଚନା ହୋଇଥିଲା । ଯେଉଁଥିରେ ଆକ୍ରମଣ ନକରିବାକୁ ତାଲିବାନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ହେଲେ ବାରମ୍ବାର ନିଜ ଆଡୁ ଆକ୍ରମଣ କରିଥିଲେ ବି ପଂଜଶିର ସେନାର ଆକ୍ରମଣରେ ପଛଘୁଂଚା ଦେବାକୁ ବାଧ୍ୟ ହୋଇଥିଲା । ହେଲେ ଦୋମୁହାଁ ନୀତି ନେଇ ପାକିସ୍ତାନ ସହାୟତାରେ ପଂଜଶିର ଗଡ ଉପରେ ରବିବାର ଡ୍ରୋନ ଆକ୍ରମଣ କରାଇଛି ତାଲିବାନ୍
ସୂଚନା ମୁତାବକ, ତାଲିବାନ ସରକାର ଗଠନ ନେଇ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଫୈଜ୍ ହମିଦ୍ ଏବେବି କାବୁଲରେ ଉପସ୍ଥିତ ଅଛନ୍ତି । ତାଲିବାନ୍ ଓ ହକ୍କାନି ନେଟୱାର୍କ ମଧ୍ୟରେ ମତାନ୍ତର ଲାଗିଥିବାବେଳେ ଏହାକୁ ଦୂରେଇ ନୂଆ ସରକାର ଗଠନ କରିବାରେ ହମିଦ୍ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe