ମଞ୍ଚ ଉପରେ  ଗଭର୍ଣ୍ଣରଙ୍କୁ  ଚାପୁଡା ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । 

223

କନକ ବ୍ୟୁରୋ: ଚାଲିଥିଲା ଏକ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ । ମଞ୍ଚ ଉପରେ ଭାଷଣ ଦେଉଥିଲେ ଗଭର୍ଣ୍ଣର । ଏତିକି ବସିଲା ଗଭର୍ଣ୍ଣରଙ୍କ ଗାଲରେ ଶକ୍ତ ଚାପୁଡା । ଆଉ ଚାପୁଡା ବି ଏକ ଅଜବ କାରଣ ପାଇଁ । ଏପରି ଘଟଣା ଘଟିଛି ଇରାନର ଅଜରବୈଜାନ ପ୍ରାନ୍ତରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ।

ସୂଚନା  ମୁତାବକ, ଅଜରବୈଜାନ ପ୍ରାନ୍ତର ଗଭର୍ଣ୍ଣର ଅବୈଦିନ ଖୁରାମ  ଏକ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ମଂଚ ଉପରେ ଭାଷଣ ଦେଉଥିଲେ  । ହେଲେ କେହି କିଛି ଜାଣିବା ପୂର୍ବରୁ ଜଣେ ବ୍ୟକ୍ତି ଷ୍ଟେଜ୍ ଉପରକୁ ଉଠିଯାଇ ତାଙ୍କ ଗାଲରେ ଶକ୍ତ ଚାପୁଡା ଦେଇଥିଲେ । କାରଣ ହେଉଛି ଚାପୁଡା ମାରିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ଜଣେ ପୁରୁଷ ଡାକ୍ତର କରୋନା ଟିକା ଦେଇଥିଲେ । ପୁରୁଷ ଡାକ୍ତର କାହିଁକି ଟିକା ଦେଲେ ସେହି  ରାଗରେ ସେହି ଅଞ୍ଚଳର ଗଭର୍ଣ୍ଣରଙ୍କ ଉପରେ ଚାପୁଡା ମାରି ରାଗ ସୁଝାଇଥିଲେ । ଚାପୁଡା ମାରିଥିବା ବ୍ୟକ୍ତି ବି କିଛି କମ୍ ନୁହଁନ୍ତି । ସେ ଇରାନର ସଶସ୍ତ୍ର୍ ବଳର ଜଣେ ପୂର୍ବ ଅଧିକାରୀ ଏବଂ ସ୍ଥାନୀୟ ନେତା ମଧ୍ୟ ।

ନେତା ଜଣକ ଚାପୁଡା ମରିବାର ଘଟଣା କ୍ୟାମେରାରେ କଏଦ ହୋଇଥିଲା । ଚାପୁଡାର ଶବ୍ଦ ମଧ୍ୟ ପୋଡିଅମରେ ଲାଗିଥିବା ସ୍ପିକରରେ ଶୁଣାଯାଇଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଗଭର୍ଣ୍ଣର  ଅବୈଦିନ ଖୁରାମ ପୂର୍ବରୁ ଇସ୍ଲାମିକ୍ ରେଭୋଲ୍ୟୁସନ୍ ଗାର୍ଡସର ପ୍ରାନ୍ତିୟ କମାଣ୍ଡର ଥିଲେ ।