ଚଳିତ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ନୂଆ ବିବାଦ । ଇରାନ କରିଛି ଜୋରଦାର ବିରୋଧ 

Advertisment

ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫୧ ବର୍ଷୀୟ ସାମ୍ବାଦିକ ତଥା ସାମାଜିକ କାର୍ଯ୍ୟକର୍ତ୍ତା ନର୍ଗିସ୍ ମହମ୍ମଦ ଗତ ଦୁଇ ଦଶନ୍ଧିର ଅଧିକାଂଶ ସମୟ ରାଜ୍ୟ ବିରୋଧୀ ପ୍ରଚାର ପ୍ରସାର କରିବା ଏବଂ ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟ କରିବା ଭଳି ଏକାଧିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ନଭେମ୍ବର ୨୦୨୧  ରୁ ସେ ଜେଲରେ ଅଛନ୍ତି ।

ନର୍ଗିସ୍ ମହମ୍ମଦଙ୍କୁ ୨୦୨୩ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ଘୋଷଣାକୁ ଇରାନ ଗଣମାଧ୍ୟମ ଶୁକ୍ରବାର ସମାଲୋଚନା କରିଛି ।

ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ ଇରାନ ଗଣମାଧ୍ୟମ କହିଛି ଯେ ନର୍ଗିସ୍ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସହଯୋଗ କରିଥିଲେ ଏବଂ ଇରାନ ବିରୋଧୀ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ । ୫୧ ବର୍ଷୀୟ ସାମ୍ବାଦିକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଗତ ଦୁଇ ଦଶନ୍ଧି ଧରି ଅଧିକାଂଶ ସମୟ ଯେଉଁଥିରେ ରାଜ୍ୟ ବିରୋଧୀ ପ୍ରଚାର ପ୍ରସାର ଏବଂ ଜାତୀୟ ସୁରକ୍ଷା ବିରୋଧରେ କାର୍ଯ୍ୟ କରିବା ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ନଭେମ୍ବର ୨୦୨୧ ରୁ ସେ ଜେଲରେ ଅଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟ ଏବଂ ସରକାରୀ ଗଣମାଧ୍ୟମ ସମାଲୋଚନା କରିଛନ୍ତି

ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନାସିର କାନାନି ନର୍ଗିସ ମହମ୍ମଦଙ୍କୁ ଶାନ୍ତି ପୁରସ୍କାର ପ୍ରଦାନକୁ ଏକ 'ପକ୍ଷପାତପୂର୍ଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପଦକ୍ଷେପ ବୋଲି ବର୍ଣନା କରିଛନ୍ତି ।  ଇରାନର ସରକାରୀ ଗଣମାଧ୍ୟମ  ମଧ୍ୟ ତାଙ୍କୁ ଏବଂ ପୁରସ୍କାରକୁ ସମାଲୋଚନା କରିଛି । ସରକାରୀ ନ୍ୟୁଜ ଏଜେନ୍ସି IRNA ନୋବେଲ କମିଟିକୁ 'ଆତଙ୍କବାଦୀ ଗୋଷ୍ଠୀ ସହ ସହଯୋଗ କରିଥିବା' ଏବଂ 'ନିଜ ଦେଶରେ ଯାହାଙ୍କୁ କେହି ଜାଣିନାହାନ୍ତି ବିଶେଷ କରି ମହିଳାମାନେ’ ସେହିପରି ମହିଳାଙ୍କୁ ପୁରସ୍କାର ପ୍ରଦାନ କରିଥିବାରୁ ସମାଲୋଚନା କରିଛି ।ଏଥିରେ କୁହାଯାଇଛି ଯେ ମହମ୍ମଦଙ୍କୁ ଶାନ୍ତି ପୁରସ୍କାର ପ୍ରଦାନ କରିବା ହେଉଛି 'ମାନବିକ ଅଧିକାରର ଅବଧାରଣାକୁ ରାଜନୀତିକରଣ କରିବା ଉଦ୍ଦେଶ୍ୟରେ ଏକ ହସ୍ତକ୍ଷେପକାରୀ କାର୍ଯ୍ୟ' । ଅନ୍ୟ ଗଣମାଧ୍ୟମ ନର୍ଗିସ ମହମ୍ମଦଙ୍କୁ ଏହି ପୁରସ୍କାର ଦିଆଯିବାର ଖବର ପ୍ରକାଶ କରିଛନ୍ତି କିନ୍ତୁ କୌଣସି ଟିପ୍ପଣୀ ଦେଇନାହାନ୍ତି ।

ମହସା ଅମିନିଙ୍କ ମୃତ୍ୟୁ ପରେ ମହମ୍ମଦ ଏହି ବିରୋଧକୁ ସମର୍ଥନ କରିଥିଲେ

ସେପ୍ଟେମ୍ବର ୧୬, ୨୦୨୨ ରେ ମହସା ଆମିନୀଙ୍କ ପୋଲିସ୍ ହେପାଜତରେ ମୃତ୍ୟୁ ପରେ ଇରାନରେ ଏହାକୁ ତୀବ୍ର ବିରୋଧ କରି ପ୍ରଦର୍ଶନମାନ କରାଯାଇଥିଲା । ଏହି ବିରୋଧ ଆନ୍ଦୋଳନକୁ ନର୍ଗିସ ମହମ୍ମଦ ସମର୍ଥନ ଜଣାଇଥିଲେ । ମହିଳାମାନଙ୍କ ପାଇଁ ଇସଲାମିକ୍ ରିପବ୍ଲିକର କଠୋର ଡ୍ରେସ୍ କୋଡ୍ ଉଲ୍ଲଂଘନ କରି ୨୨ ବର୍ଷୀୟ ଇରାନ କୁର୍ଦ୍ଦ ମହିଳା  ଅମିନିଙ୍କୁ ଗିରଫ କରାଯାଇଥିଲା । ପୋଲିସ ହେପାଜତରେ  ଅମିନୀଙ୍କ ମୃତ୍ୟୁ ପରେ ମାସେ ଧରି ପ୍ରଦର୍ଶନ କରାଯାଇଥିଲା ।  ଯାହାକୁ ଇରାନର ଅଧିକାରୀମାନେ ବୈଦେଶିକ ଗଣମାଧ୍ୟମ ଦ୍ଵାରା ଉସୁକେଇ ଥିବା ଏକ ଦଙ୍ଗା ବୋଲି ବର୍ଣ୍ଣନା କହିଥିଲେ ।

ଇରାନ ଅଭିନେତ୍ରୀମାନେ ମହମ୍ମଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ବହୁ ଇରାନ ଅଭିନେତ୍ରୀ ନର୍ଗିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିରୋଧୀ ଆନ୍ଦୋଳନକୁ ସମର୍ଥନ କରି ୨୦୨୨ ମସିହାରେ ଗିରଫ ହୋଇଥିବା ଅନେକ ଇରାନ ଅଭିନେତ୍ରୀ ନର୍ଗିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ଗତ ନଭେମ୍ବରରେ ଗିରଫ ହୋଇଥିବା ଏବଂ ଏକ ସପ୍ତାହରୁ ଅଧିକ ସମୟ ପରେ ମୁକ୍ତ ହୋଇଥିବା କାଟାୟୁନ୍ ରିୟା ଇନଷ୍ଟାଗ୍ରାମରେ ନର୍ଗିସଙ୍କୁ ନୋବେଲ ପୁରସ୍କାର ଦିଆଯିବ ନେଇ ପୋଷ୍ଟ କରି ଲେଖିଛନ୍ତି “ଜେଲରେ ଥିବା ଆମର ସମ୍ମାନଙ୍କୁ ନୋବେଲ ପୁରସ୍କାର ମିଳିଥିବରୁ ସ୍ୱାଗତ” ।