କନକ ବ୍ୟୁରୋ : ଇସ୍ରାଏଲ ପ୍ରସଙ୍ଗରେ ଆଜି ୟୁରୋପୀୟ ଦେଶର ବଡ଼ ବୈଠକ ବସୁଛି । ୟୁରୋପୀୟ ଦେଶର ସବୁ ବିଦେଶ ମନ୍ତ୍ରୀଙ୍କ ବୈଠକ ବସିବ । ସେହିପରି ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିବାରୁ ଇସଲାମିକ୍ ରାଷ୍ଟ୍ରମାନଙ୍କ ଜରୁରୀ ବୈଠକ ଡାକିଛି ଇରାନ । ଇରାନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି ।

ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଛି । ଇରାନ କହିଛି, ଇସ୍ରାଏଲ ଉପରେ ଆକ୍ରମଣରେ ଏହାର ସମ୍ପୃକ୍ତି ନାହିଁ । ଯେଉଁଥିରେ ୮୦୦ରୁ ଅଧିକ ଇସ୍ରାଏଲ ଓ ୬୦୦ରୁ ଅଧିକ ପାଲେଷ୍ଟାଇନଙ୍କ ଜୀବନ ଯାଇଛି । ଇସ୍ରାଏଲ ଉପରେ ଏବେ ହୋଇଥିବା ଆକ୍ରମଣ ପଛରେ ଇରାନର ହାତ ଥିବା ନେଇ କୌଣସି ପ୍ରମାଣ ମିଳିନଥିବା ଆମେରିକା ବୈଦେଶିକ ସଚିବ କହିଛନ୍ତି ।