ପାକିସ୍ତାନ ସୀମାରେ ପଶି ଏୟାର ଷ୍ଟ୍ରାଇକ କଲା ଇରାନ । ପରିଣାମ ଭୋଗିବାକୁ ଚେତାବନୀ ଦେଲା ପାକିସ୍ତାନ ।

1,118

କନକ ବ୍ୟୁରୋ : ପାକିସ୍ତାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ୍ । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲର ତିନି ଠିକଣା ଧ୍ୱସ୍ତ । ମଙ୍ଗଳବାର ବେଲୁଚିସ୍ତାନ ପଜଂଗୁର ଇଲାକାରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । ଜୈଶ ଅଲ ଅଦଲ ପକ୍ଷରୁ ଇରାକ ଓ ସିରିଆ ଉପରେ ମିଶାଇଲ ଆକ୍ରମଣର ଗୋଟିଏ ଦିନ ପରେ ପ୍ରତିଆକ୍ରମଣ କରାଯାଇଛି । ଏହି ସର୍ଜିକାଲ ଷ୍ଟ୍ରାଇକରେ ଘନ ଘନ ମିସାଇଲ ମାଡ଼ରେ ୩ ଆତଙ୍କୀ ଆଡ୍ଡା ସମ୍ପ୍ରୂ୍ଣ୍ଣ ଧ୍ୱଂସ ହୋଇଥିବା ଇରାନ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆତଙ୍କୀ ସଂଗଠନ ପାକିସ୍ତାନ ସୀମାରେ ରହି ଇରାକ ସୁରକ୍ଷା ବଳ ଉପରେ ପୂର୍ବରୁ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଛି ।

ଇରାନ ଏହି ଆକ୍ରମଣରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ବ୍ୟବହାର କରି ପରମାଣୁ ଶକ୍ତିସମ୍ପର୍ଣ୍ଣ ପାକିସ୍ତାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ସେପଟେ ପାକିସ୍ତାନ ଏହି ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ନେଇ ସୂଚନା ଦେବା ସହ ଇରାନକୁ ଏହି ଆକ୍ରମଣର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି ।