ଚର୍ଚ୍ଚାରେ ଆମିର ଖାନଙ୍କ ଝିଅ ଇରା ଖାନ । ୧୪ବର୍ଷ ବୟସରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ଅଭିଯୋଗ କଲେ 

2,718

କନକ ବ୍ୟୁରୋ : ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଆମିର ଖାନଙ୍କ ଝିଅ ଇରା ଖାନ୍ । ଏକ ଭିିଡିଓ ସେୟାର କରି ନିଜ ଜୀବନର ଅନେକ ଦିଗ ଉପରେ ମନକତା କହିଛନ୍ତି ଇରା । ଏପରିକି ତାଙ୍କୁ  ଯେତେବେଳେ ୧୪ବର୍ଷ ବୟସ ହୋଇଥିଲା ସେହି ସମୟରେ ତାଙ୍କ ସହ ଯୌନ ଉତ୍ପୀଡନ ହୋଇଥିବା ଅଭିଯୋଗ ଆଣିଛନ୍ତି ଇରା । ସେହି ସମୟରେ ତାଙ୍କ ସହ କଣ ଘଟୁଛି ସେ ଜାଣି ପାରିନଥିଲେ ତେବେ ଯେତେବେଳେ ଜାଣିଲେ ସେ ଏଥିରୁ ଦୂରେଇ ଗଲେ ବୋଲି କହିଛନ୍ତି ଇରା । ଏବଂ ସେ ଚାହିଁ ମଧ୍ୟ ଏହାକୁ ନିଜ ବାପା, ମାଙ୍କ ସାମ୍ନାରେ କିପରି ଅସହାୟ ହୋଇ ଏହାକୁ ପ୍ରକାଶ କରିପାରିନଥିଲେ ତାହା ଏହି ଭିଡିଓରେ ସେୟାର କରିଛନ୍ତି ଇରା ।

ୱାର୍ଲ୍ଡ ମେଂଟାଲ ହେଲ୍ଥ ଡେରେ ନିଜର ମନ କଥା କହିଛନ୍ତି ଇରା । ତାଙ୍କ ଜୀବନରେ ଏମିତି କିଛି ଘଟଣା ଘଟିନଥିଲା ତଥାପି ସେ ଡିପ୍ରେସନରେ ଥିବା ସ୍ୱିକାର କରିଛନ୍ତି ଇରା ।  ଏପରିକି କେଉଁ ପରିସ୍ଥିତିରେ ତାଙ୍କ ବାପା, ମାଙ୍କ ବିବାହ ବିଚ୍ଛେଦ ହୋଇଥିଲା ତାହା ମଧ୍ୟ ଖୋଲି କହିଛନ୍ତି ।

ୟୁଟ୍ୟୁବରେ ଭିଡିଓ ସେୟାର କରି ନିଜ ଜୀବନର ଅନେକ ଅକୁହା କଥା କହିଛନ୍ତି ଇରା । ଛୋଟ ଥିବା ବେଳେ ବାପା,ମାଙ୍କ ବିବାହ ବିଚ୍ଛେଦ ତାପରେ ୬ବର୍ଷ ବୟସରେ ଟିବିରେ ପୀଡିତ ହେବା, ୧୪ବର୍ଷ ବୟସରେ ଯୌନ ଉତ୍ପୀଡନ ଏବଂ ପରେ ଡିପ୍ରେସନରେ ପୀଡିତ ହେବା ନେଇ ନିଜର କଥା କହିଛନ୍ତି ଇରା ।