ଭାରତର ବାମହାତୀ ସ୍ପିନ୍ ବୋଲର ଇକବାଲ୍ ଅବଦୁଲ୍ଲା ରଣଜୀ ଟ୍ରଫିରେ ନିଜର ବୋଲିଂର କରିସ୍ମା ଦେଖାଇ ଚର୍ଚ୍ଚାରେ ରହିଛନ୍ତି। ଅବଦୁଲ୍ଲା କିଛିଦିନ ପୂର୍ବରୁ ଏମିତି କିଛି କରିଥିଲେ ଯାହାକୁ ନେଇ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଥିଲା।
For it is in giving that we receive.#innerpeace#iqqiabdullah#sia . pic.twitter.com/wqfh9Ady6v
— Iqbal abdullah (@iqqiabdullah) December 31, 2019
ଇକବାଲ୍ ଅବଦୁଲ୍ଲା ରଣଜୀ ଟ୍ରଫିର ଏକ ମ୍ୟାଚ ପୂର୍ବରୁ ପଡ଼ିଆରେ ଖେଳ ଅଭ୍ୟାସ କରୁଥିଲେ। ପଡ଼ିଆରେ ଅଭ୍ୟାସ କରୁଥିବା ବେଳେ ତାଙ୍କ ନଜର ଜଣେ ଶିଶୁ ଉପରେ ପଡ଼ିଥିଲା। ହଠାତ ତାଙ୍କ ମନକୁ ଭାବନା ଆସିଲା ପିଲାଟି ବୋଧହୁଏ ଭୋକିଲା ଅଛି। ଏହାପରେ ନିଜକୁ ଅଟକାଇ ପାରି ନ ଥିଲେ। ତୁରନ୍ତ ଶିଶୁକୁ ପଡ଼ିଆ ଭିତରକୁ ଡାକିଥିଲେ ଏବଂ ନିଜ ପାଇଁ ମଗାଯାଇଥିବା ଖାଦ୍ୟ ତାକୁ ଦେଇଥିଲେ । ନିଜ ହାତରେ ଶିଶୁଟିକୁ ଚା’ ପିଆଇବା ସହିତ ବ୍ରେଡ ଖାଇବାକୁ ଦେଇଥିଲେ। ଭୋକିଲା ଶିଶୁକୁ ଖୁଆଉଥିବା ଇକବାଲଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଉ ଏଭଳି କାମ ପାଇଁ ଇକବାଲଙ୍କୁ ପ୍ରଂଶସା ମଧ୍ୟ କରାଯାଉଛି ।
ଅବଦୁଲ୍ଲା ଉତ୍ତରପ୍ରଦେଶର ଆଜମଗଡରେ ବସବାସ କରନ୍ତି। ସେ ରଣଜୀ ଟ୍ରଫିର ଏହି ସିଜନରେ ସିକ୍କିମ୍ ପକ୍ଷରୁ ଖେଳୁଛନ୍ତି। ଏ ପର୍ଯ୍ୟନ୍ତ ତାଙ୍କୁ ଭାରତୀୟ ଦଳ ପାଇଁ ଖେଳିବାକୁ ସୁଯୋଗ ମିଳି ନ ଥିଲେ ହେଁ ଆଇପିଏଲରେ ଭଲ ପ୍ରଦର୍ଶନ ପାଇଁ ସେ ଚର୍ଚ୍ଚାରେ ରହିଥିଲେ। ଆଇପିଏଲରେ ୪୯ଟି ମ୍ୟାଚ ଖେଳି ଇକବାଲ୍ ୪୦ଟି ୱିକେଟ ନେଇଥିଲେ। ଏଥିସହିତ ସେ ଏଯାବତ ୬୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୮୬ଟି ୱିକେଟ, ୮୭ଲିଷ୍ଟ ଏ ମ୍ୟାଚ ଖେଳି ୧୨୧ଟି ୱିକେଟ ଓ ୯୪ ଟି-୨୦ ମ୍ୟାଚ ଖେଳି ୮୧ଟି ୱିକେଟ ନେଇଛନ୍ତି ।