ଗୃହିଣୀରୁ ଫ୍ୟାସନ ଡିଜାଇନର । ବାଲେଶ୍ୱରର ଇପ୍ସିତା ନାୟକ ଅନ୍ୟ ମହିଳାମାନଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ, ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ଦେଉଛନ୍ତି ତାଲିମ

Advertisment
ଗୃହିଣୀରୁ ଫ୍ୟାସନ ଡିଜାଇନର । ବାଲେଶ୍ୱରର ଇପ୍ସିତା ନାୟକ ଅନ୍ୟ ମହିଳାମାନଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ, ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ଦେଉଛନ୍ତି ତାଲିମ

କନକ ବ୍ୟୁରୋ : ଇପ୍ସିତା ନାୟକ। ବାପା ମାଆଙ୍କର ଏକମାତ୍ର ଝିଅ। ପିଲାଟି ଦିନରୁ ଭଲ ପାଠ ପଢିବା ସହ ନାଚ, ଅଭିନୟ ଓ ଚିତ୍ରାଙ୍କନରେ ବେଶ୍ ପାରଙ୍ଗମ ଥିଲେ। ସମୟକ୍ରମେ ଇପ୍ସିତା ବିବାହ ପରେ ଗୃହିଣୀ ଓ ମାଆ ହେବା ପରେ ସଂସାର ଦାୟିତ୍ଵରେ ଛନ୍ଦି ହୋଇ ଗୃହିଣୀ ହୋଇ ରହିଯାଇଥିଲେ। ପରେ ତାଙ୍କ ଜୀବନରେ ଅନେକ ଘାତ ପ୍ରତିଘାତ ଆସେ। ଆଉ କିଛି ସମୟ ପାଇଁ ଭାଙ୍ଗି ପଡ଼ିଥିବା ବେଳେ ପୁଣି ନିଜକୁ ଶଶକ୍ତ କରି ଜୀବନ ସଙ୍ଘର୍ଷକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଲେ। ବାପାଙ୍କ ସହଯୋଗରେ ପ୍ରଥମେ ଘରେ ଏକ ବୁଟିକ୍ ଖୋଲିଲେ। ସିଲେଇ କାମ ଆରମ୍ଭ କଲେ। ଆଉ ସେବେଠାରୁ ସେ ପଛକୁ ଫେରି ଚାହିଁ ନାହାଁନ୍ତି। ନିଜ ବୁଟିକରେ ନୁଆ ଡିଜାଇନ୍ର ଡ୍ରେସ୍, saree,  ଓ ବ୍ଲାଉଜ ସିଲେଇ କଲେ। ଯାହା ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିଲା। ଆଉ ପାଦେ ଆଗକୁ ଯାଇ ଏମ୍ରୋଡେରି କାମ ଶିଖିଲେ ଓ ସୁନ୍ଦର ଡିଜାଇନ୍ର ବେଡସିଟ , saree, dress ସବୁ ବନେଇଲେ। ଏହି ସଫଳତା ଆଗକୁ ବଢ଼ିବାକୁ ପ୍ରେରଣା ଦେଲା। କ୍ରମେ ଫ୍ୟାସନ ଡିଜାଇନର ଛୋଟ ଛୋଟ ପାଠ୍ୟକ୍ରମ କରି ପ୍ରମାଣ ପତ୍ର ହାସଲ କଲେ। ଏବେ ମଧ୍ୟ ନିଜେ ଫ୍ୟାସନ ଡିଜାଇନର ପାଠ ପଢୁଛନ୍ତି ଓ ଅନ୍ୟ ମାନଙ୍କୁ ଶିକ୍ଷା ଦେଉଛନ୍ତି।

ଶତାଧିକ ମହିଳାଙ୍କୁ ସିଲେଇ ଶିକ୍ଷା ଦେଇ ଆତ୍ମନିର୍ଭରଶୀଳ କରିଛନ୍ତି ଇପ୍ସିତା। କାଗଜରେ ସୁନ୍ଦର ସୁନ୍ଦର ଡ୍ରେସ୍ ଡିଜାଇନ୍ ବେଶ୍ ଆକର୍ଷଣୀୟ ହେଇଛି। ଏଇ ନିକଟରେ ଇପ୍ସିତା ଡିଜାଇନ୍ କରିଥିବା ଡ୍ରେସ୍ ପିନ୍ଧି ମଡେଲ ର।ମ୍ପ ରେ ଚାଲିଛନ୍ତି। ସେଥିପାଇଁ ଜାତୀୟ ସ୍ତରରେ ସମ୍ମାନ ଓ ପ୍ରମାଣ ପତ୍ର ମଧ୍ୟ ଇପ୍ସିତାଙ୍କୁ ମିଳିଛି। ଆହୁରି ଅନେକ ଆଗକୁ ଯିବାର ଇଚ୍ଛା ରଖିଛନ୍ତି ଇପ୍ସିତା। ଛୋଟବେଳୁ ତାଙ୍କ ମାଆ ସଉକ ରେ କୃଶ୍ ଓ ସିଲେଇ ସିଖେଇଥିଲେ । ଯାହା ଆଜି ତାଂକୁ ସ୍ଵତନ୍ତ୍ର ପରିଚୟ ଦେଇଛି । କୌଣସି ଶିକ୍ଷା କେବେ ବେକାର ହୁଏ ନାହିଁ ବୋଲି କୁହନ୍ତି ଇପ୍ସିତା। ଦିନେ ପରିବାରର ଅନ୍ୟ ମାନଙ୍କ ଉପରେ ନିର୍ଭର କରୁଥିବା ଇପ୍ସିତା ଆଜି ଆତ୍ମନିର୍ଭରଶୀଳ ତଥା ସଫଳ ମହିଳା ଉଦ୍ୟୋଗୀ।

ବର୍ତମାନ ସମୟରେ ବେରୋଜଗାରୀ ବଢ଼ୁଥିବା ବେଳେ ଇପ୍ସିତାଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe