କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ କାର୍ଯ୍ୟାନୁଷ୍ଠାନ । ବଦଳିଲେ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ । ଆଇପିଏସ ଭିରେଶ ଭୱାର ହେଲେ ପଞ୍ଜାବର ନୂଆ ଡିଜିପି । ୟୁପିଏସସିର ସୁପାରିଶ କ୍ରମେ ଭିରେଶ କୁମାର ଭୱାରଙ୍କୁ ନିଯୁକ୍ତି ଦିଆଯାଇଛି । ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ହଲଚଲ ସୃଷ୍ଟି ହୋଇଥିଲା । ବିବାଦ ପରେ ଏବେ ପୋଲିସ ମହାନିର୍ଦ୍ଦେଶକଙ୍କୁ ବଦଳି କରାଯାଇଛି ।