କନକ ବ୍ୟୁରୋ : କେବଳ ଭାରତ ନୁହେଁ ବିଶ୍ୱର ବିଭିନ୍ନ ଦେଶକୁ ଘାରିଛି ପୁଷ୍ପା ସିନେମାର ସେହି ଲୋକପ୍ରିୟ ସଂଳାପ । ଏହି ସିନେମା ରିଲିଜ ହେବା ପରେ ଏହାକୁ ନେଇ କିଏ କେତେ ପ୍ରକାର ଢଙ୍ଗରେ ଅଭିନୟ କରୁଛି । ହେଲେ ଏବେ ଦେଶର ଆଇଏସ, ଆଇପିଏସ ଭଳି ଉଚ୍ଚ ପଦସ୍ଥ ଅଧିକାରୀମାନେ ବି ଏହି ସଂଳାପ ମାୟାରେ ପଡିଯାଇଛନ୍ତି ।
ଏହି କ୍ରମରେ ଜଣେ ଆଇପିଏସ ଅଧିକାରୀଙ୍କ ଟ୍ୱିଟ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଲାଲ ଚନ୍ଦନ ମାଫିଆଙ୍କୁ ଧରିବା ପରେ ଆଇପିଏସ ଜଣଙ୍କ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ବାସ୍ତବା ଜୀବନରେ ପୁଷ୍ପା ଝୁକେଗା ଭି ଓ ଧରା ବି ଯିବ ।
ସୂଚନା ମୁତାବକ ଉତ୍ତର ପ୍ରଦେଶର ସାମଲୀ ଜିଲ୍ଲାର ଏସପି ସୁକ୍ରିତି ମାଧବ ମିଶ୍ର ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି କି “ରିଲ ଲାଇଫ ମେ ପୁଷ୍ପା ଝୁକେଗା ନାହିଁ, ଜବକି ରିଏଲ ଲାଇଫରେ ପୁଷ୍ପା ଝୁକେଗା ଭି ଓ ଧରା ଭି ଯାଏଗା”
ଏବେ ଏବେ ମହାରାଷ୍ଟ୍ର ପୋଲିସ ଏକ ରକ୍ତ ଚନ୍ଦନ ମାଫିଆ ଟିମକୁ ଧରିଛି । ଏହାସହ ଏହାସହ ସଂପୃକ୍ତ କିଛି ଲୋକଙ୍କୁ ବି ଗିରଫ କରିଛି ମହାରାଷ୍ଟ୍ର ପୋଲିସ । ଚନ୍ଦନ କାଠ ମାଫିଆମାନେ ପୁଷ୍ପା ଫିଲ୍ମ ଷ୍ଟାଇଲରେ ଟ୍ରକ ଡଲାରେ ପ୍ରଥମେ ରକ୍ତ ଚନ୍ଦନ କାଠ ରଖି ତା ଉପରେ କିଛି ଫଳ ଡବା ରଖିଦେଇଥିଲେ । ଏହାସହ ଟ୍ରକ ଡଲାର ଉପରେ କିଛି କୋଭିଡ ସାମଗ୍ରୀ ଷ୍ଟିକର ବି ଲଗାଇ ଦେଇଥିଲେ । ଏହିଭଳି କରି ସେମାନେ ରକ୍ତ ଚନ୍ଦନ କାଠ ନେଇ ଯାଉଥିବା ବେଳେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଗିରଫ କରିିଛି ।
ଏହାକୁ ନେଇ ଆଇପିଏସ ଅଧିକାରୀ ଜଣଙ୍କ ଟ୍ୱିଟ କରିବା ପରେ ଏବେ ଟ୍ୱିଟର ବ୍ୟବହାରକାରୀମାନେ କମେଣ୍ଟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି କି ସିନେମା କେବଳ ମନୋରଞ୍ଜନ ପାଇଁ ବାସ୍ତବ ଜୀବନରେ ଏହାର କୌଣସି ମାନେ ନାହିଁ ।
Follow Us