୨୨ ବର୍ଷରେ ପାଇଥିଲେ ଆଇପିଏସ୍ । ଏବେ ବିହାରରେ ଲେଡି ସିଂଘମ ଭାବେ ବେଶ ପରିଚିତ

5,527

କନକ ବ୍ୟୁରୋ :  ଲେଡି ଆ.ଇ.ପି.ଏସ କାମ୍ୟା ମିଶ୍ର । ମାତ୍ର ୨୨ବର୍ଷ ବୟସରେ କାମ୍ୟା ମିଶ୍ର ୟୁ.ପି,ଏସି ପରିକ୍ଷା ରେ ଉତିର୍ଣ୍ଣ ହୋଇି ଆ.ଇ.ପି.ଏସ କାମ୍ୟା ମିଶ୍ର ହେଲେ । ପୁଣି ସାରା ଭାରତ ବର୍ଷରେ ତାଙ୍କର୧୭୨ ରେଙ୍କ୍ ଥିଲା । ଆଜି ଆମେ ଜାଣିବା ବିହାରର ଲେଡି ସିଂହମ କାମ୍ୟା ମିଶ୍ରଙ୍କ କଥା ଯିଏ ଅନେକ ଲୋକ ମାନଙ୍କୁ ଅସୁବିଧାରୁ ବାହାର କରନ୍ତି । ଆଜି ଏହି ଲେଡି ସିଂହମ ସଫଳତା ବିଷୟରେ ଜାଣିବା ପାଇଁ ସାରା ଭାରତ ବର୍ଷର ଲୋକମାନେ ଚାହୁଁଛନ୍ତି ।

ଆ.ଇ.ପିଏସ କାମ୍ୟା ମିଶ୍ର ୨୦୧୪ ରେ +୨ ପରିକ୍ଷା ଦେଇଥିଲେ ଓ ସେଥିରେ ୯୮.୬ ପ୍ରତିଶତ ରଖି ନିଜ କଲେଜରେ ଶିର୍ଷ ସ୍ଥାନ ଦଖଲ କରିଥିଲେ । ପରେ ସେ ଓଡିଶାର କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରୁ ଉତିର୍ଣ୍ଣ ହୋଇଥିଲେ । ପରେ ସେ ଦିଲ୍ଲୀର ର ମହିଳା ଶ୍ରୀରାମ କଲେଜରୁ ନିଜର ଡିଗ୍ରୀ ହାସଲ କରିଥିଲେ । ପରେ ୨୦୧୯ ରେ ସେ ୟୁ.ପି.ଏସି ପରିକ୍ଷା ଦେଇଥିଲେ ଏବଂ ସେଥିରେ ସେ ସେହି ବର୍ଷ ଉତିର୍ଣ୍ଣ ହୋଇଥିଲେ । ଉତିର୍ଣ୍ଣ ହୋଇସାରିଲା ପରେ କାମ୍ୟା ଙ୍କୁ ହାଇଦ୍ରବାଦ ପୋଲିସ ଏକାଡେମିକ୍ ରେ ଟ୍ରେନିଙ୍ଗ ପାଇଁ ପଠାହୋଇଥିଲା । ପରେ କାମ୍ୟାଙ୍କୁ ଫ୍ରିଲି ଟ୍ରେନିଙ୍କ ପାଇଁ ହିମାଚଳ ପ୍ରଦେଶକୁ ପଠାହୋଇଥିଲା ।

୫ଏପ୍ରିଲ ୨୦୧୯ରେ ୟୁ.ପି.ଏସି ର ପରିକ୍ଷାଫଳ ବାହାରିଥିଲା ସେଥିରେ କାମ୍ୟା ମିଶ୍ର ପ୍ରଥମ ପ୍ରୟାସରେ ରାଙ୍କ୍ ୧୭୨ରେ ଉତିର୍ଣ୍ଣ ହୋଇଥିଲେ । କାମ୍ୟା ମିଶ୍ର ହେଉଛନ୍ତି ଓଡିଶାର ଝିଅ । ସେ ପ୍ରଥମରୁ ପାଠପଢାରେ ବହୁତ ଭଲ ଥିଲେ ଏବଂ ସେ ତାଙ୍କ ସ୍କୁଲର ଜଣେ ବହୁତ ଭଲ ଛାତ୍ରୀ ଥିଲେ । ଯିଏ ୮ବର୍ଷ ପୂର୍ବରୁ ଯୁକ୍ତ୨ ରେ ସବୁଠାରୁ ଅଧିକ ନମ୍ବରରେ ଉତିର୍ଣ୍ଣ ହୋଥିଲେ ସେ ଆଜି ବିହାର ପୋଲିସର ଏକ ବଡ ପଦବିରେ ରହି ସେଠାରେ ନିଜର ଦାଇତ୍ୱ ନିଭାଉଛନ୍ତି ଓଡିଶାର ଝିଅ କାମ୍ୟା ମିଶ୍ର ।

ସେ ୟୁ.ପି.ଏସି ମେନ୍ସରେ ରାଜନୀତି ବିଜ୍ଞାନକୁ ନିଜର ବିଷୟ ରଖିଥିଲେ । ଏବଂ ୨୦୨୧ ରେ ସେ ବିହାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ବିବାହ କରିଥିଲେ ବିହାରର ଆ.ଇ.ପିଏସ ଅର୍ଧେସ ସରଜଦିକ୍ଷିତ ଙ୍କୁ ବିହାହ କରିଥିଲେ ଏବଂ ପରେ କାମ୍ୟା ହିମାଚଳ ପ୍ରଦେଶରୁ ବିହାରକୁ ସ୍ଥାନାନ୍ତର ହୋଇଥିଲେ । କାମ୍ୟା ମିଶ୍ର ପଟନାର ଭିଭିଆଇପି ଜାଗାରେ କାନୁନ ବ୍ୟବସ୍ତା ସମ୍ଭାଳିବାରେ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଲେଇଛନ୍ତି । ଲେଡି ସିଂହମ କାମ୍ୟା ମିଶ୍ର ବହୁତ କମ ବୟଷରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନେଛନ୍ତି ସାରା ଭାରତରେ । ସେ ଲୋକମାନଙ୍କର ସେବାର ଲାଗିରହିବାକୁ ପସନ୍ଦ କରନ୍ତି । ସେ ଅନେକ ନିରିହ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେ ଏବେ ଅନେକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଛନ୍ତି ।