କନକ ବ୍ୟୁରୋ: ହରିୟାଣା ସରକାର ପ୍ରଦେଶର ନୂଆ ପୁଲିସ ମୁଖିଆଙ୍କୁ ନିଯୁକ୍ତି ଦେଇଛନ୍ତି । ହରିୟାଣାର ଆଇପିଏସ ଅଫିସର ଶତ୍ରୁଜିତ କପୁରଙ୍କୁ ନୂଆ ପୁଲିସ ମୁଖ୍ୟଭାବେ ଦାୟିତ୍ୱ ଦିଆଯାଇଛି । ୟୁପିଏସସିର ୩ ଜଣିଆ ପ୍ୟାନେଲ ତାଙ୍କ ନାଁ ଏହି ପଦ ପାଇଁ ସୁପାରିଶ କରିଥିଲେ । ଏନେଇ ବିଜ୍ଞପ୍ତି ମଧ୍ୟ ଜାରିକରାଯାଇଛି । ଗତକାଲି ଡିଜିପି ପଦରୁ ପିକେ ଅଗ୍ରୱାଲ ଅବସର ନେଇଥିଲେ । ଏହା ପରେ ଗୋଟିଏ ଦିନ ମଧ୍ୟରେ ନୂଆ ଡିଜିପିଙ୍କୁ ନିଯୁକ୍ତି ଦିଆଯାଇଛି।
ଶତ୍ରୁଜିତ କପୁର ୧୯୯୦ ବ୍ୟାଚର ହରିୟାଣା କ୍ୟାଡରର ଆଇପିଏସ ଅଧିକାରୀ । ସେ ପଞ୍ଜାବର ମୂଳ ବାସିନ୍ଦା । ବିଟେକ ଡିଗ୍ରୀ ହାସଲ କରିବା ପରେ ସେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଡିଜିପି ରେସରେ ମହମ୍ମଦ ଅକିଲ, ଆରସି ମିଶ୍ରା ଏବଂ ଶତ୍ୁଜିତ କପୁର ଥିଲେ । ବର୍ତ୍ତମାନ ଶତ୍ରୁଜିତ ଆଣ୍ଟି କରପସନ ବ୍ୟୁରୋର ଦାୟିତ୍ୱରେ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/Collage-Maker-16-Aug-2023-01-11-PM-3148.jpg)