କନକ ବ୍ୟୁରୋ : ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ୍ର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇପିଏସ ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓପିଏସସି ରେଗୁଲେସନ ଆକ୍ଟ ଅନୁସାରେ ସେ ଓଡିଶା ଲୋକାସେବ କମିସନର ଭାବେ ଦାୟିତ୍ୱ ତୁଳାଇବେ । ୬୨ ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ।