ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ମିଳିଲା ଆଉ ଏକ ବଡ ଦାୟିତ୍ୱ । ଅତିରିକ୍ତ ଦାୟିତ୍ବ ଭାବେ ମିଳିଲା ଏନସିବି ଡିଜି ପଦ।

Advertisment
ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ମିଳିଲା ଆଉ ଏକ ବଡ ଦାୟିତ୍ୱ । ଅତିରିକ୍ତ ଦାୟିତ୍ବ ଭାବେ ମିଳିଲା ଏନସିବି ଡିଜି ପଦ।

କନକ ନ୍ୟୁଜ : ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନଡିଆରଏଫ ଡିଜି ଭାବେ କାର୍ଯ୍ୟ ତୁଲାଉଥିବା ସତ୍ୟ ନାରାୟଣ ପ୍ରଧାନ ଏବେ ଏନଡିଆରଏଫ୍ ସହିତ ଏନସିବିର ଡିଜି ଭାବେ କାର୍ଯ୍ୟ କରିବେ । ସେ ଏନସିବିର ପୂର୍ବତନ ଡିଜି ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । କହିରଖୁ କି ଏନସିବିର ଡିଜି ଥିବା ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ଦାଖଲ କରାଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରିବା ସମୟରେ କ୍ୟାବିନେଟର ନିଯୁକ୍ତି କମିଟି ଆଜି ଓଡ଼ିଶାରୁ ଦୁଇ ଜଣଙ୍କ ସମେତ ୧୪ ଜଣ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛି। ତେବେ ସତ୍ୟ ନାରାୟଣ ପ୍ରଧାନ ପୂର୍ବରୁ ଏନଡିଆରଏଫର ଡିଜି ଭାବେ ଦାୟିତ୍ବ ତୁଲାଉଥିଲେ ଆଉ ଏବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଭାବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe