ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ୧୧ ଜିଲ୍ଲାର ବଦଳିଲେ ଏସପି, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ନୂଆ ଦାୟିତ୍ୱ?

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ୧୧ ଜିଲ୍ଲାର ବଦଳିଲେ ଏସପି, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ନୂଆ ଦାୟିତ୍ୱ?

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ଜଗତସିଂହପୁର ଏସପି ଦାୟିତ୍ୱ ତୁଲାଉଥିବା ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦେବା ସହ ଏସଏପିର ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିଭଳି ଗଞ୍ଜାମର ଏସପି ଥିବା ବ୍ରିଜେଶ କୁମାର ରାୟ ଡିଆଇଜି ଭାବେ ପଦୋନ୍ନତି ପାଇବା ସହ ଅନୁଗୁଳର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି ।

ଭଦ୍ରକର ଏସପି ଥିବା ଚରଣ ସିଂ ମୀନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଆଇଜି ଭାବେ ନିଯୁକ୍ତି ମିଳିଛି । ବାଲେଶ୍ୱର ଏସପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି, ଯାଜପୁରର ଏସପି ଥିବା ରାହୁଲ ପିଆରଙ୍କୁ ଜଗତସିଂହପୁରର ନୂଆ ଏସପି ଭାବେ ଦାୟିତ୍ୱ ମିଳିଛି । ଅନୁଗୋଳର ଏସପି ଥିବା ଜଗମୋହନ ମିନାଙ୍କୁ ଗଞ୍ଜାମ ଏସପି, ଢେଙ୍କାନାଳର ଏସପି ଥିବା ଏଲ ଦିବ୍ୟାଙ୍କୁ ଭିଜିଲାନ୍ସ ଏସପି, ନୂଆପଡାର ଏସପି ଥିବା ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡର ଏସପି, କନ୍ଧମାଳର ଏସପି ଥିବା ବିନୀତ ଅଗ୍ରୱାଲଙ୍କୁ ଯାଜପୁର ଏସପି, କୋରାପୁଟର ଏସପି ଥିବା ବରୁଣ ଗୁଣ୍ଟୁପାଲ୍ଲୀଙ୍କୁ ଭଦ୍ରକ ଏସପି ଭାବେ ନୂଆ ଦାୟିତ୍ୱ ମିଳିଛି ।

ସେହିଭଳି ସୁନ୍ଦରଗଡର ଏସପି ଥିବା ସାଗରିକା ନାଥଙ୍କୁ ବାଲେଶ୍ୱର ଏସପି, ବାଲିଗୁଡାର ଏସଡିପିଓ ଥିବା ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳ ଏସପି, କେସିଙ୍ଗାର ଏସଡିପିଓ ଥିବା ଅଭିନବ ସୋନକରଙ୍କୁ କୋରାପୁଟ ଏସପି, ସ୍ପେଶାଲ ବ୍ରାଞ୍ଚର ଏସପି ଥିବା ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe