କନକ ବ୍ୟୁରୋ : ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ପଦରେ ନିଯୁକ୍ତି ମିଳିଛି । ନରସିଂହ ଭୋଳଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ହିମାଂଶୁ ଲାଲଙ୍କୁ ପୂର୍ବାଂଚଳ ଆଇଜି ଦାୟିତ୍ୱ ମିଳିଛି ।
ସେହିଭଳି ରାଜ୍ୟ ସରକାର ଦୀପକ କୁମାରଙ୍କୁ ଉତ୍ତରାଂଚଳ ଆଇଜି ଭାବେ ନିଯୁକ୍ତି ଦେଇଥିବା ବେଳେ ରାଜକିଶୋର ପାଇକରାୟଙ୍କୁ ଦେବଗଡ଼ ଏସ୍ପି ଓ ଡି.ପି ତ୍ରିପାଠୀଙ୍କୁ କଟକ ରେଳବାଇ ଏସ୍ପି ଭାବରେ ଅବସ୍ଥାପିତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/IPS-logo-750x506.jpg)