ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରୁଣ ରୟଙ୍କୁ ମିଳିଲା ନୂଆ ଦାୟିତ୍ୱ, ଢେଙ୍କାନାଳ ଏସପି ଥିବା ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସପି ଭାବେ ମିଳିଲା ଗୁରୁ ଦାୟିତ୍ୱ ।

607

କନକ ବ୍ୟୁରୋ : ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରୁ ଫେରି ଅରୁଣ ରୟ ହେଲେ ଏଡିଜି କମ୍ୟୁନିକେସନ । ଲଲିତ ଦାସଙ୍କୁ ଏଡିଜି ହେଡକ୍ୱାର୍ଟର ଦାୟିତ୍ୱ । ସେହିଭଳି କେନ୍ଦ୍ରୀୟ ଡେପୁଟେସନ ଶେଷ ପରେ ଯଶୱନ୍ତ ଜେଠୱାଙ୍କୁ ଏଡିଜି ଆଇନଶୃଙ୍ଖଳାର ଦାୟିତ୍ୱ ମିଳିଛି । ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ ବିନୟତୋଷ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଅତିରିକ୍ତ ପୋଲିସ କମିଶନର ଥିବା ସଞ୍ଜୟ କୁମାର ସିଂ ଆଇଜି ଆଧୁନିକୀକରଣର ନୂଆ ଦାୟିତ୍ୱ ମିଳିଛି ।

ଆଇଜି ଆଧୁନିକୀକରଣ ଥିବା ରେଖା ଲୋହାନୀଙ୍କୁ ଅତିରିକ୍ତ ପୋଲିସ କମିଶନର, ରିତୁ ଆରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଦାୟିତ୍ୱ ମିଳିଛି । ସେହିଭଳି ଫରେନ୍ସିକ ଲାବରୋଟୋରୀର ଆଇଜି ଭାବେ ରାଜେଶ କୁମାରଙ୍କୁ ନୂଆ ଦାୟିତ୍ୱ ମିଳିଛି । ଢେଙ୍କାନାଳର ଏସପି ଥିବା ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସର ନୂଆ ଏସପି ଭାବେ ଗୁରୁ ଦାୟିତ୍ୱ ଦିଆଯାଇଛି ।