ଆଇପିଏସ ସ୍ତରରେ ଅଦଳ ବଦଳ : ବିଜୟ କୁମାର ଶର୍ମା ହେଲେ ହୋମଗାର୍ଡ ଓ ଅଗ୍ନିଶମ ଡିଜି

ଆଇପିଏସ ସ୍ତରରେ ଅଦଳ ବଦଳ : ବିଜୟ କୁମାର ଶର୍ମା ହେଲେ ହୋମଗାର୍ଡ ଓ ଅଗ୍ନିଶମ ଡିଜି

କନକ ବ୍ୟୁରୋ :  ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ କରିଛନ୍ତି। ଆଇପିଏସ୍‌ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି । ଗୃହ ବିଭାଗ ଠାରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।

publive-image୧୯୮୬ ବ୍ୟାଚ ଆଇପିଏସ ବିଜୟ କୁମାର ଶର୍ମାଙ୍କୁ ହୋମ ଗାର୍ଡ଼ ଓ ଅଗ୍ନିଶମ ସେବାର ଡିଜି ଭାବେ ଅବସ୍ଥାପିତ କରାଯାଇଛି। ୧୯୮୮ ବ୍ୟାଚ ଆଇପିଏସ୍‌ ସତ୍ୟଜିତ ମହାନ୍ତି ନୂତନ ଏଡିଜି ଭାବେ ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ପାଇଥିବା ବେଳେ ପ୍ରାଣବିନ୍ଦୁ ଆଚାର୍ଯ୍ୟ ରେଳବାଇ ଓ ତଟ ସୁରକ୍ଷା ଏଡିଜି ପଦବିରେ ଅବସ୍ଥାପିତ ହୋଇଛନ୍ତି। ସେହିପରି ସନ୍ତୋଷ କୁମାର ଉପାଧ୍ୟାୟ ସିଆଇଡି ଓ କ୍ରାଇମ ବ୍ରାଞ୍ଚ ଏଡିଜି, ବିନୟାନନ୍ଦ ଝା ଜେଲ ବିଭାଗର ଏଡିଜି, ଅରୁଣ କୁମାର ରାୟ ପୁଲିସ ଯୋଗାଯୋଗ ଏଡିଜି ଭାବେ ନିଯୁକ୍ତ ପାଇଛନ୍ତି। ସୁଧାଂଶୁ କୁମାର ଷଡଙ୍ଗୀଙ୍କୁ କ୍ରାଇମ ରେକର୍ଡ ବ୍ୟୁରୋ ଏଡିଜି ଭାବେ ଅବସ୍ଥାପିତ କରାଯାଇଛି।

୧୯୯୧ ବ୍ୟାଚ ଆଇପିଏସ୍‌ ଦେବାଶିଷ ପାଣିଗ୍ରାହୀ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ବେଳେ ଅରୁଣ ବୋଥ୍ରା ଆଇଜି(ପୁଲିସ ଆଧୁନିକୀକରଣ), ଅସିତ ପାଣିଗ୍ରାହୀ ଆଇଜି ହେଡକ୍ୱାଟର୍ସ, ଅମିତାଭ ଠାକୁର ଆଇଜି ଆଇନ ଶୃଙ୍ଖଳା ଓ ରାଜେଶ କୁମାର ଆଇଜି ହୋମଗାର୍ଡ୍ସ ଓ ଅଗ୍ନିଶମ ସେବା ଭାବେ ଅବସ୍ଥାପିତ ହୋଇଛନ୍ତି। ସମୁଦାୟ ୧୯ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦାୟିତ୍ୱରେ ଅଦଳବଦଳ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe