ଜନ୍ମଭୂମି ବିହାର, କର୍ମଭୂମି ଛତିଶଗଡ। କାହିଁକି ର’ ନୂଆ ମୁଖ୍ୟ ଆଇପିଏସ ରବି ସିହ୍ନାଙ୍କୁ କୁହାଯାଏ ‘ଅପରେସନ ମ୍ୟାନ’...

Advertisment
ଜନ୍ମଭୂମି ବିହାର, କର୍ମଭୂମି ଛତିଶଗଡ। କାହିଁକି ର’ ନୂଆ ମୁଖ୍ୟ ଆଇପିଏସ ରବି ସିହ୍ନାଙ୍କୁ କୁହାଯାଏ ‘ଅପରେସନ ମ୍ୟାନ’...

କନକ ବ୍ୟୁରୋ: ଭାରତୀୟ ପୁଲିସ ସେବାର ବରିଷ୍ଠ ଅଧିକାରୀ ରବି ସିହ୍ନା ଦେଶର ପରବର୍ତ୍ତୀ ର’ ମୁଖ୍ୟଭାବେ ନିଯୁକ୍ତି ପାଇଛନ୍ତି । ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ହେଉଛନ୍ତି ରବି । ବର୍ତ୍ତମାନ ସେ କ୍ୟାବିନେଟ ସଚିବାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାମ କରୁଛନ୍ତି । ଆଗାମୀ ୨ ବର୍ଷ ପାଇଁ ସେ ଏହି ପଦରେ ରହିବେ ।

ରବି ସିହ୍ନା ବିହାରର ଭୋଜପୁର ଜିଲ୍ଲାର ମୂଳ ବାସିନ୍ଦା । ସେ ଦିଲ୍ଲୀର ସେଣ୍ଟଷ୍ଟିଫେନ୍ସ କଲେଜରୁ ନିଜର ପାଠପଢା ଶେଷ କରିଥିଲେ । ୧୯୮୮ରେ ୟୁପିଏସସି ପରୀକ୍ଷୀରେ ସଫଳତା ପାଇବା ପରେ ଭାରତୀୟ ପୁଲିସ ସେବାରେ ସାମିଲ ହୋଇଥିଲେ । ମଧ୍ୟପ୍ରଦେଶ କ୍ୟାଡରରେ ତାଙ୍କୁ ନିଯୁକ୍ତି ମଳିଥିଲା । ୨୦୦୦ ମସିହାରେ ମଧ୍ୟପ୍ରଦେଶରୁ ଛତିଶଗଡ ଅଲଗା ହେବା ପରେ ତାଙ୍କୁ ଏହି କ୍ୟାଡରକୁ ସ୍ଥାନାନ୍ତର କରାଯାଇଥିଲା ।

ରବି ସିହ୍ନା ବର୍ତମାନ ସାମନ୍ତ କୁମାର ଗୋୟଲଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ୨୦୨୩ ଜୁନ ୩୦ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ରବି ଏହି ପଦଭାର ଗ୍ରହଣ କରିବେ । ସାମନ୍ତ ଗୋୟଲଙ୍କ କାର୍ଯ୍ୟକାଳ ସମୟରେ ଭାରତ ଅନେକ ଉପଲବ୍ଧି ହାସଲ କରିଛି । ତାଙ୍କରି ସମୟରେ ହିଁ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରାଯାଇଥିଲା । ଏହା ଛଡା ଧାରା ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe