କନକ ବ୍ୟୁରୋ: ଭାରତୀୟ ପୁଲିସ ସେବାର ବରିଷ୍ଠ ଅଧିକାରୀ ରବି ସିହ୍ନା ଦେଶର ପରବର୍ତ୍ତୀ ର’ ମୁଖ୍ୟଭାବେ ନିଯୁକ୍ତି ପାଇଛନ୍ତି । ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ହେଉଛନ୍ତି ରବି । ବର୍ତ୍ତମାନ ସେ କ୍ୟାବିନେଟ ସଚିବାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାମ କରୁଛନ୍ତି । ଆଗାମୀ ୨ ବର୍ଷ ପାଇଁ ସେ ଏହି ପଦରେ ରହିବେ ।

Advertisment

ରବି ସିହ୍ନା ବିହାରର ଭୋଜପୁର ଜିଲ୍ଲାର ମୂଳ ବାସିନ୍ଦା । ସେ ଦିଲ୍ଲୀର ସେଣ୍ଟଷ୍ଟିଫେନ୍ସ କଲେଜରୁ ନିଜର ପାଠପଢା ଶେଷ କରିଥିଲେ । ୧୯୮୮ରେ ୟୁପିଏସସି ପରୀକ୍ଷୀରେ ସଫଳତା ପାଇବା ପରେ ଭାରତୀୟ ପୁଲିସ ସେବାରେ ସାମିଲ ହୋଇଥିଲେ । ମଧ୍ୟପ୍ରଦେଶ କ୍ୟାଡରରେ ତାଙ୍କୁ ନିଯୁକ୍ତି ମଳିଥିଲା । ୨୦୦୦ ମସିହାରେ ମଧ୍ୟପ୍ରଦେଶରୁ ଛତିଶଗଡ ଅଲଗା ହେବା ପରେ ତାଙ୍କୁ ଏହି କ୍ୟାଡରକୁ ସ୍ଥାନାନ୍ତର କରାଯାଇଥିଲା ।

ରବି ସିହ୍ନା ବର୍ତମାନ ସାମନ୍ତ କୁମାର ଗୋୟଲଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ୨୦୨୩ ଜୁନ ୩୦ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ରବି ଏହି ପଦଭାର ଗ୍ରହଣ କରିବେ । ସାମନ୍ତ ଗୋୟଲଙ୍କ କାର୍ଯ୍ୟକାଳ ସମୟରେ ଭାରତ ଅନେକ ଉପଲବ୍ଧି ହାସଲ କରିଛି । ତାଙ୍କରି ସମୟରେ ହିଁ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରାଯାଇଥିଲା । ଏହା ଛଡା ଧାରା ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା ।