ଅଫିସ୍ ଚଟାଣରେ ଆଇପିଏସ୍ : ଚାକିରୀର ଶେଷ ଦିନରେ ଅଫିସ୍ ଚଟାଣରେ ଶୋଇଲେ ଆଇପିଏସ୍ ଅଧିକାରୀ , ଭାଇରାଲ୍ ହେଲା ଫଟୋ ।

1,539

ପେସା ଯେତେବେଳେ ନିଶା ପାଲଟେ , କର୍ମ ଯେତେବେଳେ ପ୍ରେମ ପାଲଟେ ମଣିଷକୁ ତାର କାର୍ଯ୍ୟ ଭଗବାନ ପରି ଲାଗେ । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କେରଳରେ । କେରଳର ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚିତ ଜେକବ୍ ଥୋମସ୍ ନିଜ ଚାକିରୀ ଜୀବନର ଶେଷ ଦିନରେ ଅଫିସର ଚଟାଣରେ ଶୋଇଥିବାର ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି । ସେ ନିଜ ସୋସିଆଲ୍ ଆକାଉଣ୍ଟ୍ ରେ ଏହି ଫଟୋଟିକୁ ସେୟାର୍ କରିଥିଲେ । ଫଟୋରେ ସେ ଲେଖିଥିଲେ , ଆଜି ମୋ ଚାକିରୀର ଶେଷ ଦିନର ଆରମ୍ଭ , ଗତକାଲି ମୁଁ ମୋ ମନ୍ଦିରର ଚଟାଣରେ ଶୋଇଥିଲି ।

ଆପଣଙ୍କୁ କହିରଖୁଛୁ ଯେ ଲୋକସଭା ନିର୍ବାଚନ ସମୟରେ ସେ ସମୟ ପୂର୍ବରୁ ଅବସର ନେଇ ନିର୍ବାଚନ ଲଢିବାକୁ ଚେଷ୍ଟା କରିଥିଲେ କିନ୍ତୁ ରାଜ୍ୟ ସରକାର ତାଙ୍କ ଇସ୍ତଫା ଗ୍ରହଣ କରିନଥିଲେ । ଥୋମସ୍ ରବିବାର ଧାତୁ ଉଦ୍ୟୋଗର ପ୍ରବନ୍ଧ ନିର୍ଦ୍ଦେଶକ ପଦବୀରୁ ଅବସର ଗ୍ରହଣ କଲେ । କେରଳ ସରକାରଙ୍କ ସାର୍ବଜନିକ ଉପକ୍ରମ ଧାତୁ ଉପକରଣ ଏବଂ ଅନ୍ୟ ଉତ୍ପାଦ ନିର୍ମାଣ ସହ ସେ ଜଡିତ ଥିଲେ ।