ଆଇପିଏସ ଅଫିସରଙ୍କ ଓଜନ କାହାଣୀ । କେମିତି କମାଇଲେ ୪୩ କିଲୋ ଓଜନ ? ସୋସିଆଲ ମିଡିଆରେ ସେୟାର କଲେ ହେଲଥ ସିକ୍ରେଟ୍ ।

418

କନକ ବ୍ୟୁରୋ : ଆଇପିଏସ୍ ଅଫିସର ବିବେକ୍ ରାଜ ସିଂ କୁକ୍ରେଲେ । ଯେତେବେଳେ ସେ ଜାତୀୟ ପୋଲିସ ଏକାଡେମୀରେ ଯୋଗ ଦେଇଥିଲେ, ସେତେବେଳେ ତାଙ୍କର ଓଜନ ରହିଥିଲା ୧୩୪ କିଲୋ । ଶେଷ ଥର ପାଇଁ ସେ ଯେତେବେଳେ ଅଷ୍ଟମ ଶ୍ରେଣୀରେ ତାଙ୍କର ଓଜନ ଚେକ୍ କରିଥିଲେ, ସେତେବେଳେ ତାଙ୍କର ଓଜନ ୮୮ କିଲୋଗ୍ରାମ ଥିଲା । ଆଉ ନ୍ୟାସନାଲ ପୋଲିସ ଏକାଡେମୀରେ ୪୬ ସପ୍ତାହର କଠିନ ପରିଶ୍ରମ ପରେ ଶେଷରେ ସେ ୧୦୪ କିଲୋ ଓଜନ ସହ ପାସ୍ କରିଥିବା ଫେସବୁକରେ ପୋଷ୍ଟ କରି ପ୍ରକାଶ କରିଛନ୍ତି ।

ଓଜନ ହ୍ରାସ କରିବାର ଏହି ପୂରା ଯାତ୍ରାକୁ ଏକ ଡକ୍ୟୁମେଂଟ କରି ଲେଖିଛନ୍ତି ଏହି ଆଇପିଏସ୍ ଅଫିସର । କହିଛନ୍ତି, ଏନପିଏରେ ଓଜନହ୍ରାସ କରିବା ଏକ ବଡ଼ ସଫଳତା । ତେବେ ସେ ହୃଦୟଙ୍ଗମ କରିଥିଲେ, ପେଟ ପୂରିବା ପରେ ବି ଅତ୍ୟଧିକ ଖାଇବା ଓଜନ ବୃଦ୍ଧିର କାରଣ ହୋଇଥିଲା । ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥିଲା । ଓଜନ ବୃଦ୍ଧି ହେତୁ ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ଏବଂ ଔଷଧ ସେବନ କରିବାକୁ ବାଧ୍ୟ ହୋଇଥିଲେ ।

ସେ ଲେଖିଛନ୍ତି, ଖାଦ୍ୟକୁ ଫିଙ୍ଗିବା ଉଚିତ୍ ନୁହେଁ । ଆଉ ଏହା ହିଁ ହେଉଛି ତାଙ୍କର ମୂଳ ଉଦ୍ଦେଶ୍ୟ । ମନର ପ୍ରୟୋଗ ନକରି ଖାଇବା ଏବଂ ପେଟ ପୂରାଥିବା ବେଳେ ବି ଖାଇବା ଓଜନ ବଢିବାର ମୁଖ୍ୟ କାରଣ । ତେବେ ଏକ ଅଫିସିଆଲ ଆସାଇନମେଂଟ ସମୟରେ ସେ ଚାଲିବା ଆରମ୍ଭ କରିଥିଲେ । ଧିରେ ଧିରେ ଚାଲିବା ତାଙ୍କ ଜୀବନର ଅଂଶ ହୋଇଗଲା ଏବଂ ସେ ଓଜନ ହ୍ରାସ କରିବା ଆରମ୍ଭ କରିଥିଲେ । ଚାଲିବା ବ୍ୟତୀତ ସେ ଡାଏଟ ମଧ୍ୟ ମେଂଟେନ କରୁଥିଲେ । ଆଉ ଏହି ପ୍ରକ୍ରିୟାରେ ସେ ୪୩ କିଲୋଗ୍ରାମ ଓଜନ ହ୍ରାସ କରିବାରେ ସଫଳ ହୋଇଥିଲେ । ଆଉ ଏହା ସହ ତାଙ୍କ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଛି ।