କନକ ବ୍ୟୁରୋ : ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ ହେଲେ ଜମ୍ମୁ-କଶ୍ମୀର ପୁଲିସ ଡିଜି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୁକ୍ରବାର ଆଦେଶନାମା ଜାରି କରି ଏହି ସୂଚନା ଦେଇଛନ୍ତି । ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ରଶ୍ମିରଞ୍ଜନ ନଭେମ୍ବର ୧ ତାରିଖରୁ ଜମ୍ମୁ-କଶ୍ମୀର ପୁଲିସ ଡିଜି ଭାବ କାର୍ଯ୍ୟ କରିବେ । ସେ ଦିଲବାଗ ସିଂଙ୍କ ସ୍ଥାନ ନେବେ । ଦିଲବାଗ ୫ ବର୍ଷ ଧରି ଜମ୍ମୁ-କଶ୍ମୀରର ପୋଲିସ ମୁଖ୍ୟ ଦାୟିତ୍ୱରେ ଥିଲେ । ଆସନ୍ତା ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ରଶ୍ମିରଞ୍ଜନ ନିଜର ସଚ୍ଚୋଟତା ଓ ନିଷ୍ଠାପରତା ପାଇଁ ବେଶ୍ ପରିଚିତ । ନୋ-ନନସେନ୍ସ ଅଫିସର ଭାବେ ପରିଚିତ ରଶ୍ମିରଞ୍ଜନ ନିଜ କର୍ତବ୍ୟ ପ୍ରତି ଦୃଢ଼ ଓ ଗଭୀର ଭାବେ ସମର୍ପିତ । ଜାତୀୟ ପୁଲିସ ଏକାଡେମୀରେ ପ୍ରଶିକ୍ଷଣ ନେବା ପରେ ସେ ଶ୍ରେଷ୍ଠ କ୍ୟାଡେଟ ପୋଲିସ ଅଧିକାରୀ ହେବାର ଗୌରବ ଅର୍ଜନ କରିଛନ୍ତି । ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଶ୍ରୀନଗରର ଏସଏସପି, ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ଜମ୍ମୁର ଏସଏସପି ଭାବେ କାର୍ଯ୍ୟ କରିଥିଲେ । ସେ ଲେହ, ପୁଂଚ ଓ ରାମବାନର ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରିଛନ୍ତି । ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ସେ ଜମ୍ମ-କଶ୍ମୀରର ଭିଜିଲାନ୍ସ ଡିଆଇଜି ଦାୟିତ୍ୱ ତୁଲାଇଥିଲେ । ନୂଆ ଦାୟିତ୍ୱ ପାଇବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।