କୌନ ବନେଗା କରୋଡପତିରେ କୋଟିଏ ଜିତିଲେ ଆଇପିଏସ ଅଧିକାରୀ ମୋହିତା ଶର୍ମା । ୭ କୋଟ ପ୍ରଶ୍ନ ଶୁଣି, ରିସ୍କ ନନେଇ ଖେଳରୁ ଗଲେ ଓହରି

1,186

କନକ ବ୍ୟୁରୋ : ଆଇପିଏସ ଅଫିସର ମୋହିତା ଶର୍ମା । କୌନ ବନେଗା କରୋଡପତି ଦ୍ୱାଦଶତମ ସିଜିନର ଦ୍ୱିତୀୟ କୋଟିପତି । ମୋହିତ ଶର୍ମା ହେଉଛନ୍ତି କୌନ ବନେଗା କରୋଡପତି, ଚଳିତ ସିଜିନରେ ଦ୍ୱିତୀୟ ପ୍ରତିଦ୍ୱନ୍ଦି, ଯିଏକି କୋଟିଏ ଟଙ୍କା ପାଇଁ ଥିବା ପ୍ରଶ୍ନର ସଠିକ ଉତ୍ତର ଦେଇ ଏହି ସଫଳତା ପାଇଛନ୍ତି ।

ମୋହିତାଙ୍କୁ ୧ କୋଟି ପାଇଁ ପ୍ରଶ୍ନ ପଚରାଯାଇ ଯେ, ଏମାନଙ୍କ ମଧ୍ୟରୁ କେଉଁ ଅଭିନେତ୍ରୀ ଥରେ ବେଷ୍ଟ ପ୍ଲେବ୍ୟାକ ସିଙ୍ଗର ଭାବେ ରାଷ୍ଟ୍ରିୟ ଫିଲ୍ମ ପୁରସ୍କାର ବିଜୟୀ ହୋଇଥିଲେ । ଏହାର ଉତ୍ତର ଦେଇ ମୋହିତା କହିଥିଲେ ରୂପା ଗାଙ୍ଗୁଲି । ଯାହାକି ଠିକ ଥିଲା । ଆଉ ମୋହିତା ଜିତିଯାଇଥିଲେ କୋଟିଏ ଟଙ୍କା ।

ଏହି ସମୟରେ ସୋର ହୋଷ୍ଟ କରୁଥିବା ଅମିତାଭ ବଚ୍ଚନ କହିଥିଲେ, ଏହି ପ୍ରଶ୍ନ କୋଟିଏ ଟଙ୍କାର ଏବଂ ସାବଧାନର ସହ ଆଗକୁ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ତାପରେ ଜ୍ୟାକପଟ ପ୍ରଶ୍ନ ପାଇଁ ଆଗକୁ ବଢ଼ିଥିଲେ ଅମିତାଭ ବଚ୍ଚନ । ପଚାରିଛନ୍ତି ୧୬ ତମ ପ୍ରଶ୍ନ, ଯାହାର ମୂଲ୍ୟ ରହିଛି ୭ କୋଟି ଟଙ୍କା । ଏହି ସମୟରେ ବଚ୍ଚନ କହୁଛନ୍ତି ଏହି ପ୍ରଶ୍ନର ଉତ୍ତର ବହୁତ କମ ଲୋକଙ୍କ ଜଣାଥିବ । ତାପରେ କୌଣସି ରିସ୍କ ନନେଇ ଖେଳରୁ ଓହରି ଯାଇଛନ୍ତି ମୋହିତା ।

ମୋହିତାଙ୍କ ପୂର୍ବରୁ ନାଜିଆ ନସୀମ ନାମକ ଜଣେ ପୂର୍ବତନ ଗଣମାଧ୍ୟମ ଛାତ୍ର ଚଳିତ ସିଜିନର ପ୍ରଥମ କରୋଡପତି ଭାବେ କୋଟିଏ ଟଙ୍କା ଜିତିଥିଲେ ।