ଆଇପିଏସ ଅଫିସର ଅଭୟ ହେଲେ ନୂଆ ଡିଜିପି । ଡେପୁଟେସନରୁ ଫେରିବେ, ପୋଲିସ ମୁଖିଆ ଭାବେ ଦାୟିତ୍ୱ ନେବେ ।

480

କନକ ବ୍ୟୁରୋ : ୧୯୮୬ ବ୍ୟାଚର ଆଇପିଏସ ଅଫିସରଙ୍କୁ ଅଭୟଙ୍କୁ ରାଜ୍ୟ ପୋଲିସ ଡିଜି ଦାୟିତ୍ୱ । ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଡେପୁଟେସନରୁ ଫେରିବା ପରେ ଅଭୟ ପୂର୍ଣ୍ଣକାଳୀନ ରୂପେ ଡିଜି ଦାୟିତ୍ୱ ନେବେ ।

ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାର ଏହା ଜରୁରୀକାଳୀନ ଭିତ୍ତିରେ ଲାଗୁ କରିଛନ୍ତି । ଏଥି ସହିତ ସେ ଗୁଇନ୍ଦା ବିଭାଗର ଦାୟିତ୍ୱ ତୁଲାଇବେ । ତେବେ ଅଗ୍ନିଶମ ବିଭାଗରେ ଅନିୟମିତତା ଅଭିଯୋଗରେ ପୋଲିସ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ହଟାଯାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।

ସବୁଠାରୁ ବଡ କଥା ହେଉଛି, ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ଅଧିକ ସକ୍ରିୟ ହୋଇଉଠିଛନ୍ତି । ଆଉ ‘ମୋ ସରକାର’ ଏବଂ ୫-ଟିକୁ ମୂଳମନ୍ତ୍ର କରି ଏହାକୁ କିଭଳି ଅଧିକ ଲୋକାଭିମୁଖୀ କରିହେବ, ସେନେଇ ତତ୍ପରତା ଦେଖାଉଛନ୍ତି । ଏପରିକି ଛୋଟ କର୍ମଚାରୀ ହୁଅନ୍ତୁ କିମ୍ବା ବଡ ବାବୁ, ଯିଏବି ଦୁର୍ନୀତିଲିପ୍ତ ଥିବ, ତାଙ୍କୁ ରାଜ୍ୟ ସରକାର ବିଦା କରିଥିବାର ନଜିର ମଧ୍ୟ ରହିଛି । ତେଣୁ ରାଜ୍ୟ ପୋଲିସ ମୁଖିଆଙ୍କ ବିରୋଧରେ ଯେତେବେଳେ ଅନିୟମିତତା ଅଭିଯୋଗ ଆସିଲା, ସଙ୍ଗେ ସଙ୍ଗେ ଆକ୍ସନ ନେଇ ନିଜର କଡା ଆଭିମୁଖ୍ୟ ସ୍ପଷ୍ଟ କରି ଜିରୋ ଟଲେରାନ୍ସ ନୀତି ଦର୍ଶାଇଛନ୍ତି ।