ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଫିସର ଅଭୟ । କଟକ ପୋଲିସ ମୁଖ୍ୟାଳୟରେ ଅଭୟଙ୍କୁ ଦିଆଗଲା ଅଭିବାଦନ ।

274

କନକ ବ୍ୟୁରୋ : ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ଅଫିସର ଅଭୟ । ୧୯୮୬ ବ୍ୟାଚର ଆଇପିଏସ କ୍ୟାଡର ହେଉଛନ୍ତି ଅଭୟ । ପୂର୍ବରୁ ସେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ । ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ଡେପୁଟେସନରୁ ଫେରିବା ପରେ ଆଜି ଆନୁଷ୍ଠାନିକ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ଆଇପିଏସ ଅଫିସର ।

ତେବେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ ରାଜ୍ୟ ସରକାର । କିନ୍ତୁ ସେତେବେଳେ ଅଭୟ ଡେପୁଟେସନରେ ଥିବା ହେତୁ ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା । ଡେପୁଟେସନରୁ ଫେରିବା ପରେ ଆଜି ଆନୁଷ୍ଠାନିକ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ଅଭୟ । କଟକ ପୋଲିସ ମୁଖ୍ୟାଳୟ ଠାରେ ଅଭୟଙ୍କୁ ଦିଆଯାଇଛି ଅଭିବାଦନ । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟଙ୍କ ନିକଟରେ ଅନେକ ବଡ ବଡ ଚ୍ୟାଲେଞ୍ଜ ରହିଛି ।