ଫାଶି ଖୁଣ୍ଟ ପାଖରେ ମହିଳା ଆଇପିଏସ୍ ! କସାବ ଓ ୟାକୁବକୁ ଦେଖାଇଥିଲେ ମୃତ୍ୟୁର ବାଟ

50

ମୀରା ଚଢା ବାରେଣକର । ମୁମ୍ବାଇର ପ୍ରଥମ ଆଇପିଏସ ଅଫିସର । ଏହାଛଡା ତାଙ୍କର ଅନ୍ୟ ଏକ ପରିଚୟ ହେଉଛି ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ଆଇପିଏସ୍ ଅଫିସର ଯାହାଙ୍କ ନେତୃତ୍ୱରେ ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କୁ ଫାଶି ଦିଆ ଯାଇଛି । ୨୬/୧୧ ମୁମ୍ବାଇ ଆକ୍ରମଣରେ ଜୀବିତ ଥିବା ଏକମାତ୍ର ଆତଙ୍କବାଦୀ ଆଜମଲ କସାବ ଓ ୧୯୯୩ ମସିହା ମୁମ୍ବାଇ ବିସ୍ପୋରଣର ଅଭିଯୁକ୍ତ ୟାକୁବ ମେନନଙ୍କୁ ମୀରାଙ୍କ ନେତୃତ୍ୱରେ ଫାଶି ଦିଆ ଯାଇଥିଲା । ଜଣେ ମହିଳା ହୋଇଥିଲେ ମଧ୍ୟ ବେଶ ସୂଚାରୁ ରୂପେ ସେ ଏହି କାର୍ଯ୍ୟ ସମ୍ପାଦନ କରିଥିଲେ । ଗତକାଲି ପୋଲିସ ଆଣ୍ଡ ଡେଭଲପମେଣ୍ଟ ବ୍ୟୁରୋର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ମୀରା । କିପରି ଭାବେ ସେ କସାବ ଓ ୟାକୁବ ଭଳି ଆତଙ୍କବାଦୀଙ୍କ ଫାଶି ପ୍ରକିୟାରେ ସାମିଲ ହୋଇ ଏହାକୁ ସଫଳତାର ସହ ସମ୍ପାଦନ କରିଥିଲେ ତାହା ଆସନ୍ତୁ ଜାଣିବା ।

ଏକ ଇଣ୍ଟରଭ୍ୟୁକୁ ସାକ୍ଷାତକାର ଦେଇ ମୀରା କହିଛନ୍ତି, ଯେତେବେଳେ ସରକାରଙ୍କ ତରଫରୁ କସାବ ଓ ୟାକୁବଙ୍କ ଫାଶି ଦେବା ପାଇଁ ସ୍ଥିର କରାଯାଇଥିଲା ସେତେବେଳେ ତାଙ୍କୁ ଏସବୁର ନେତୃତ୍ୱ ନେବା ପାଇଁ ପଚରାଯାଇଥିଲା । ସରକାରଙ୍କ ଏହି ପ୍ରସ୍ତାବରେ ସମ୍ମତି ଜଣାଇଥିଲେ କାରଣ ପୂରା ଦୁନିଆକୁ ସେ ଦେଖାଇବାକୁ ଚାହୁଁଥିଲେ ଯେ, ମହିଳା ମାନେ ମଧ୍ୟ ପୁରୁଷଙ୍କ ଠାରୁ କମ ନୁହଁନ୍ତି । ତା ଛଡା ଯଦି ସେ ଏହା କରିବାକୁ ମନା କରି ଦେଇଥାନ୍ତେ ତେବେ ଲୋକେ କହିଥାନ୍ତେ କି ମହିଳା ହୋଇଥିବାରୁ ଏଭଳି କାର୍ଯ୍ୟ କରିବାକୁ ଡରୁଛନ୍ତି । ଏପରିକି କସାବ ଫାଶି ପାଇବା ବେଳେ ସେ ନିଜେ ଜେଲ ପରିସରରେ ଉପସ୍ଥିତ ଥିଲେ ।

kasab_କସାବ ଫାଶିର ନେତୃତ୍ୱ ନେଇଥିବାରୁ ତାଙ୍କୁ ଅନେକ ଲୋକ ପଚାରିଥିଲେ ଯେ, କସାବ ଫାଶି ପାଇବା ବେଳେ ସେ ବେହୋସ ହୋଇ ଯାଇନଥିଲେ ତ । ନିଜର ୩୬ ବର୍ଷର ପୋଲିସ କ୍ୟାରିୟର ମଧ୍ୟରେ ଏଭଳି ଦୁଇଟି ବିବାଦୀୟ ଫାଶିର ନେତୃତ୍ୱ ନେଇଥିଲେ ମୀରା । ଏହି ସମୟରେ ବେଶ ସର୍ତକତା ଅବଲମ୍ବନ କରିବାକୁ ପଡିଥିଲା ବୋଲି କହିଛନ୍ତି ମୀରା । କସାବକୁ ଫାଶି ଦିଆଯିବା ଖବର ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଯେପରି ବାହାର ଲୋକ କିମ୍ବା ମିଡିଆରେ ଏହି ଖବର ପ୍ରଘଟ ନ ହୁଏ ସେ ନେଇ ବେଶ ଯତ୍ନବାନ ଥିଲେ ମୀରା । ସେଥିପାଇଁ ନିଜ ଗାଡି ବଦଳରେ ଅନ୍ୟଜଣଙ୍କ ବାଇକରେ ଜେଲକୁ ଯିବାଆସିବା କରୁଥିଲେ ମୀରା ।

yakub-memonସେହିଭଳି କସାବକୁ ଫାଶି ଦେବାକୁ ଯେଉଁ ଅଫିସର ନିୟୋଜିତ ହୋଇଥିଲେ ୟାକୁବ ମେନନକୁ ଫାଶି ଦେବା ସମୟରେ ମଧ୍ୟ ସେହି ଅଫିସର ନିୟୋଜିତ ହୋଇଥିିଲେ । କସାବକୁ ଫାଶି ଦିଆଯିବା ପରେ ପୂରା ଇସଲାମ ଧର୍ମ ଅନୁଯାୟୀ ତାର ଅନ୍ତିମ ସଂସ୍କାର କରାଯାଇଥିଲା । ତେବେ ନାଗପୁର ସେଣ୍ଟ୍ରାଲ ଜେଲରେ ଯେତେବେଳେ ୟାକୁବ ମେନନକୁ ଫାଶି ଦିଆଯାଇଥିଲା ସେ ଚକିତ ହୋଇଯାଇଥିଲେ । ଜେଲରେ ୟାକୂୁବଙ୍କୁ ଭେଟିବା ବେଳେ ତାଙ୍କୁ ୟାକୁୁବ କହଥିଲା, ମ୍ୟାଡମ ଆପଣ ଚିନ୍ତା କରନ୍ତୁ ନାହିଁ, ମୋର କିଛି ବି ହେବ ନାହିଁ । ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କସାବକୁ ୨୦୧୨ରେ ଏବଂ ୟାକୁବ ମେନନକୁ ୨୦୧୫ରେ ଫାଶି ଦିଆଯାଇଥିଲ ।