ବଦଳିବ ମାଓ ଦମନର ରୂପ ରେଖ । ସ୍ୱାଭିମାନ ଅଂଚଳରେ ମାଓ ଗତବିଧିର ସ୍ଥିତି ଅନୁଧ୍ୟାନ କଲେ ଅପରେସନ ବୀରାପ୍ପନ ମୁଖ୍ୟ ପୂର୍ବତନ ପୁଲିସ ଡିଜି କେ. ବିଜୟ କୁମାର

ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରସ୍ତୁତ କଲେ ବ୍ଲୁ-ପ୍ରିଂଟ

243

କନକ ବ୍ୟୁରୋ: ବଦଳିବ ମାଓ ଦମନର ରୁପ ରେଖ । ମାଓ ଦମନର ମଙ୍ଗ ଧରିବେ ଅପରେସନ ବିରାପ୍ପନର ମୁଖ୍ୟ ତଥା ବରିଷ୍ଠ ଆଇ.ପି.ଏସ ଅଧିକାରୀ କେ. ବିଜୟ କୁମାର । ୨୦୦୪ ଅପରେସନ କୁକୁନକୁ ସଫଳ କରିବା ପରେ ଏବେ ଲାଲବାହିନୀଙ୍କ ଶିକାରର ମଙ୍ଗ ଧରିବେ ଏହି ଅବସରପ୍ରାପ୍ତ ପୁଲିସ ଅଧିକାରୀ । ଆଜି ମାଲକାନଗିରି ସ୍ୱାଭିମାନ ଅଂଚଳ ଗସ୍ତ କରି କେ. ବିଜୟ କୁମାର ମାଓ ଗତିବିଧି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏବଂ ମାଓ ଦମନ ନେଇ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ଗୃହ ବିଭାଗର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ।

ବୀରାପ୍ପନ୍ ଷ୍ଟାଇଲରେ ହେବ ମାଓବାଦୀଙ୍କ ଶିକାର । ଆଉ ଜଙ୍ଗଲ ଭିତରେ ଲୁଚି ପାରିବେନି ମାଓନେତା । ପୁଲିସକୁ ଚକମା ଦେଇ ଜଙ୍ଗଲ ଭିତରେ ରହି ହିଂସା ଘଟାଉଥିବା ମାଓବାଦୀଙ୍କୁ ନିସ୍ତାର ନାହିଁ । କାରଣ ମାଓ ଦମନର ମଙ୍ଗ ଧରିବେ ବରିଷ୍ଠ ଆଇ.ପି.ଏସ ଅଧିକାରୀ ତଥା ପୂର୍ବତମ ପୁଲିସ ଡିଜି କେ. ବିଜୟ କୁମାର । କେନ୍ଦ୍ର ଗୃହ ବିଭାଗର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ମାଓବାଦୀଙ୍କ ମୁଳପୋଛ କରିବା ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଥିବା ଜଣାପଡିଛି । କେ. ବିଜୟ କୁମାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସ୍ୱାଭିମାନ ଅଂଚଳ ସ୍ଥିତ ବଡପଡା ବି.ଏସ.ଏଫ କ୍ୟାମ୍ପ ପହଂଚି ଗ୍ରାଉଣ୍ଡ ଜିରୋରେ ମାଓ ଗତିବିଧି ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ବିଶାଖାପାଟଣା ଏସ.ପି, ମାଲାକନଗିରି ଏସ.ପି ଓ ଦିକ୍ଷାଣ ପଶ୍ଚିମାଂଚଳ ଡି.ଆଇ.ଜି ସମେତ ବି.ଏସ.ଏଫର ବରିଷ୍ଠ ଅଧିକାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ।

ତାମିଲନାଡୁ କର୍ଣ୍ଣାଟକ ଜଙ୍ଗଲରେ ବର୍ଷ ବର୍ଷ ଧରି ଆତଙ୍କରାଜ୍ ଚଳାଇଥିଲା ଚନ୍ଦନ ତଷ୍କର ବୀରାପ୍ପନ । ଆଉ ସେଇ ଚନ୍ଦନ ଦସ୍ୟୁକୁ ଧରିବା ଲାଗି ତାମିଲନାଡୁ ସରକାର ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିଥିଲେ । ଯାହାର ମଙ୍ଗ ଧରି ଥିଲେ କେ.ବିଜୟ କୁମାର । ଆଉ ୨୦୦୪ରେ ବିରପ୍ପନ ବିରୋଧରେ ଅପରେସନ କୁକୁନକୁ ସଫଳ କରିଥିବା ପୂର୍ବତନ ଡିଜିପି ଅବସର ପରେ ଗୃହ ବିଭାଗ ମାଓ ସମ୍ପର୍କିତ ସୁରକ୍ଷା ମାମଲାର ପରାମର୍ଶଦାତା ଅଛନ୍ତି ।