କନକ ବ୍ୟୁରୋ: ଦିନ ରାତି ପରିଶ୍ରମ । ଆଖିରୁ ନିଦ ହଜିଯାଏ । କାରଣ ଇଏ ଏମିତି ସେମିତି ପରୀକ୍ଷା ନୁହେଁ କଷ୍ଟକର ୟୁପିଏସସି ପରୀକ୍ଷା । ଥରେ ଉତ୍ତୀର୍ଣ୍ଣ ହେଲେ ଜୀବନ ବଦଳିଯାଏ । ମାନ ସମ୍ମାନରେ ପୋତି ହୋଇଯାଏ ବ୍ୟକ୍ତି । ଏଥିରେ ସବୁଠୁ ଆଗରେ୍ ଆଏଏଏସ୍ ଓ ଆଇପିଏସ୍ ଓ ଆଇଏଫଏସ୍ର କ୍ୟାଟାଗରି । ସେଥିରୁ ଆଇପିଏସ୍ ସବୁଠୁ ଖାସ୍ ।
ଇଣ୍ଡିଆନ୍ ପୋଲିସ୍ ସର୍ଭିସ୍ ଭାରତର ସବୁଠୁ ସମ୍ମାନଜନକ ସେବା । ଅଧିକାଂଶ ଯୁବକଙ୍କ ସ୍ୱପ୍ନ ଥାଏ ଆଇପିଏସ୍ ହୋଇ ଦେଶର ସେବା କରିବାକୁ । ରାଜ୍ୟ ମାନଙ୍କରେ ଶାନ୍ତି ଓ ସଦଭାବନା ବଜାୟ ରଖିବାରେ ଆଇପିଏସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଣ୍ଡିଆନ୍ ପୋଲିସ୍ ସର୍ଭିସ୍ ଅଧିନରେ ଏସପି ଠାରୁ ଆରମ୍ଭ କରି ଡିଆଇଜି, ଆଇଜି, ଡିଜିପି ଭାବେ ପଦୋନ୍ନତି ମିଳିଥାଏ । ଦେଶରେ ଆଇନ ବ୍ୟବସ୍ଥାକୁ ସଠିକ୍ ଭାବେ ବଜାୟ ରଖିବାକୁ ଏମାନଙ୍କ କାନ୍ଧରେ ଥାଏ ବଡ ଦାୟିତ୍ୱ ।ଏଥିପାଇଁ ଏମାନଙ୍କୁ କଠିନ ଟ୍ରେନିଙ୍ଗ ପିରିଅଡ୍ ଦେଇ ଗତି କରିବାକୁ ପଡିଥାଏ । ସପ୍ତମ ବେତନ କମିଶନ ଅନୁସାରେ ଭାରତ ସରକାର ନିୟମ କରିଥିଲେ ଯେ କୌଣସି କର୍ପୋରେଟ ସେକ୍ଟର ବେତନ ସହ କମ୍ପିଟିଟିଭ୍ ରହିବ । ଏହି କ୍ରମରେ ଜାଣିବା ଆଇପିଏସଙ୍କୁ ମିଳୁଥିବା ବେତନ ଓ ବିଶେଷ ସୁବିଧା ସୁଯୋଗ ବାବଦରେ ।ଆଇପିଏସଙ୍କୁ କେଉଁ ପଦରେ କେତେ ଦରମା:
ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍(DSP):୫୬,୧୦୦/-
ଆଡିସନାଲ ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ASP): ୬୭,୭୦୦/-
ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍ (SP): ୭୯,୦୦୦/-
ସିନିଅର୍ ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍(SSP): ୧,୧୯,୦୦୦/-
ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ୍(DIGP)୧.୩୧,୦୦୦/-
ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ୍(IGP)୧,୪୪,୦୦୦/-
ଆଡିସନାଲ ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ୍(ADGP)୨,୬୦୦୦/-
ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ୍(DG)୨,୨୫,୦୦୦
ସପ୍ତମ ବେତନ କମିଶନ ଅନୁସାରେ, ଜଣେ ଆଇପିଏସଙ୍କ ପ୍ରାଥମିକ ବେତନ ୫୬ ହଜାର ଠାରୁ ଆରମ୍ଭ ହୋଇଥାଏ । ପ୍ରମୋସନ୍ ସହ ଡିଜି ପାହ୍ୟା ପାଇଲା ବେଳକୁ ମାସିକ ଦରମା ୨ଲକ୍ଷ ୨୫ ହଜାରରେ ପହଞ୍ଚେ । ଭିନ୍ନ ଭିନ୍ନ ପେ’ ବ୍ୟାଣ୍ଡ ସହ ଏହି ଅଧିକାରୀଙ୍କୁ ଅନେକ ସୁବିଧା ସୁଯୋଗ ମଧ୍ୟ ଯୋଗାଇଦିଆଯାଏ । ଏମାନଙ୍କୁ ଆଲିସାନ ଘର ସହ ଗାଡି ମଧ୍ୟ ମିଳିଥାଏ । ଅବଶ୍ୟ ଘରର ସାଇଜ୍ ଓ ଗାଡି ଭିନ୍ନ ଭିନ୍ନ ପଦ ଉପରେ ନିର୍ଦ୍ଧାରିତ ହୋଇଥାଏ । ଏହାସହ ସେମାନଙ୍କୁ ହାଉସ୍ ହେଲ୍ପ, ସୁରକ୍ଷା ଗାର୍ଡ, ଡ୍ରାଇଭର, କୁକର ସବୁକିଛି ଯୋଗାଇ ଦିଆଯାଏ । ଆଇପିଏସ୍ ଅଧିକାରୀଙ୍କ ମେଡିକାଲ ଖର୍ଚ୍ଚ ଠାରୁ ଆରମ୍ଭ କରି ବିଜୁଳି ବିଲ , ଟେଲିଫୋନ୍ ବିଲ ସବୁକିଛି ସରକାର ବହନ କରନ୍ତି । ଚାକିରି ସମୟରେ ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ଅନୁମତି ମିଳିବା ସହ ପଢାର ସମସ୍ତ ଖର୍ଚ୍ଚ ସରକାର ଉଠାନ୍ତି । ଚାକିରି ସରିବା ପରେ ଏହି ଅଧିକାରୀଙ୍କୁ ପେନସନ୍ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ କରାଯାଏ ।