ନ୍ୟାୟ ପାଇଁ ଅପେକ୍ଷା କରିଛି ନିର୍ଭୟା ! ସେପଟେ ଘଟଣାର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଆଇପିଏସ ଅଫିସର କହିଲେ ଏମିତି କଥା...

Advertisment
ନ୍ୟାୟ ପାଇଁ ଅପେକ୍ଷା କରିଛି ନିର୍ଭୟା ! ସେପଟେ ଘଟଣାର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଆଇପିଏସ ଅଫିସର କହିଲେ ଏମିତି କଥା...

IMAGE COURTESY - www.shethepeople.tv

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ୪ଜଣ ଦୋଷୀଙ୍କ ନାମରେ ଜାରି ଡେଥ୍‌ ୱାରେଣ୍ଟ ଉପରେ ସ୍ଥଗିତାଦେଶ ଜାରି କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଗତ ଜାନୁଆରି ୩୧ ତାରିଖରେ ରାୟ ଦେଇଛନ୍ତି ।

ନିର୍ଭୟାଙ୍କ ମା’ ଝିଅକୁ ନ୍ୟାୟ ଦେବା ପାଇଁ ୭ବର୍ଷ ହେବ କୋର୍ଟ ଦୌଡ଼ିଦୌଡ଼ି ଏଭଳି ରାୟ ଶୁଣିବା ପରେ ନିରାଶ ହୋଇପଡ଼ିଛନ୍ତି । ଏଭଳି ଅମାନୁଷିକ କାଣ୍ଡ ଘଟ।ଇବା ପରେ ବି କାହିଁକି ଦୋଷୀ ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପୱନ କୁମାର ଗୁପ୍ତାଙ୍କୁ ଦଣ୍ଡ ମିଳୁ ନାହିଁ ବୋଲି ‌ସେ ବାରମ୍ବାର ପ୍ରଶ୍ନ କରି ଚାଲିଛନ୍ତି ।

ଏହି କ୍ରମରେ ନିର୍ଭୟା ମାମଲାର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ତତ୍କାଳୀନ ଡିସିପି ଛାୟା ଶର୍ମା ଏହି ପୂରା ଘଟଣାକୁ ନେଇ ଏବେ ମୁହଁ ଖୋଲିଛନ୍ତି । ଛାୟା ଶର୍ମା ବର୍ତ୍ତମାନ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିସନ୍‌ (ଏନ୍‌ଏଚଆରସି)ରେ ଡିଆଇଜି ପଦରେ ଅବସ୍ଥାପିତ ଅଛନ୍ତି । ଛାୟା ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି, ‘ମୁଁ ଦାବିର ସହ କହିପାରିବି ଯେ ନିର୍ଭୟା ମା’ଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୃତିକୁ ମୁଁ ପୂରା କରିଛି।’

ଏପଟେ ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବକୁ ନେଇ ଗୃହ ମନ୍ତ୍ରାଳୟ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସିନ୍‌ ଦେଇଛନ୍ତି। ଫାଶୀରେ ହେଉଥିବା ବିଳମ୍ବକୁ ନେଇ ସରକାର କହିଛନ୍ତି, ସେ ନିଜେ ନିର୍ଭୟା ମାମଲା ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ଏବେ ଦୋଷୀଙ୍କୁ ଫାଶୀ ଦଣ୍ଡ ଘୁଞ୍ଚାଇବା ବିରୋଧରେ ରବିବାର ହାଇକୋର୍ଟରେ ଶୁଣାଣି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe