କନକ ବ୍ୟୁରୋ : ଦିଲ୍ଲୀ ଚଳିତ ଆଇପିଏଲରେ ତାର ବିଜୟ ଖାତା ଖୋଲିଛି । ପୁନେ ସୁପର ଜିଆଂଟକୁ ୯୭ରନର ବ୍ୟବଧାନରେ ହରାଇ ଦେଇଛି ଦିଲ୍ଲୀ । ସଞ୍ଜୁଙ୍କ ଶତକ ସହ ମୋରିସଙ୍କ ଧୂଆଁଧାର ବ୍ୟାଟିଂ ଦିଲ୍ଲୀକୁ ବିଜୟୀ କରାଇଛି ।
ମଙ୍ଗଳବାର ରାତିରେ ଚଳିତ ଆଇପିଏଲର ପ୍ରଥମ ଶତକ ଦେଖିବାକୁ ମିଳିଛି । ଦିଲ୍ଲୀ ଡେୟାର ଡେଭିଲ୍ସର ୨୩ବର୍ଷିୟ ସଞ୍ଜୁ ସାମସନ ବିସ୍ପୋରକ ବ୍ୟାଟିଂ କରି ବ୍ୟକ୍ତିଗତ ଶତକ ଅର୍ଜନ କରିଛନ୍ତି ।
ଅନ୍ୟପଟେ ଅଧିନାୟକ ଷ୍ଟିଭେନ ସ୍ମିତଙ୍କ ବିନା ପଡିଆକୁ ଓହ୍ଲାଇଥିବା ପୁନେ ମାତ୍ର ୧୦୮ ରନ୍ କରି ସମସ୍ତ ୱିକେଟ୍ ହରାଇ ଥିଲା । ଫଳରେ ଦିଲ୍ଲୀ ବିଜୟୀ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-12-08h34m37s032.png)