କନକ ବ୍ୟୁରୋ: ଚଳିତ ଆଇପିଏଲରେ ଲଗାତାର ତୃତୀୟ ପରାଜୟର ସ୍ୱାଦ ଚାଖିଲା ଚେନ୍ନଇ ସୁପର କିଙ୍ଗ୍ସ । ସନରାଇଜର୍ସ ହାଇଦ୍ରାବାଦର ଘାତକ ବୋଲିଂ ସାମ୍ନାରେ ୧୬୫ ରନ୍ କରିବାରେ ବିଫଳ ହୋଇଛି ଧୋନୀ ବାହିନୀ । ରନର ପିଛା କରି ଚେନ୍ନାଇ ପଡ଼ିଆକୁ ଓହ୍ଲାଇଥିଲା କିନ୍ତୁ ଦଳର ବ୍ୟାଟ୍ସମ୍ୟାନ ପ୍ରଥମରୁ ହିଁ ଝୁଣ୍ଟିଥିଲେ ମାତ୍ର ୩୦ ରନରେ ୩ଟି ୱିକେଟ୍ ହରାଇଥିବାବେଳେ ଏହା ଦଳ ପାଇଁ ସମସ୍ୟା ସୃଷ୍ଟି କରିଥିଲା ।
ଅନ୍ୟପଟେ ରବୀନ୍ଦ୍ର ଜାଡେଜା ଏବଂ କ୍ୟାପଟେନ୍ ମାହିଙ୍କ ଭାଗିଦାରୀରେ ଦଳ ଲଢ଼େଇ କରିଥିଲେ ବି ବିଜୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । ଫଳରେ ସନରାଇଜର୍ସ ହାଇଦ୍ରାବାଦ୍ ବିଜୟ ଲକ୍ଷ୍ୟ ହାସଲ କରିଛି । ହାଦ୍ରାବାଦ ଦ୍ୱିତୀୟ ବିଜୟ ହାସଲ କରି ୨ ପଏଣ୍ଟ ଅକ୍ତିଆର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/933d11d6-f4cd-49dc-9a4a-49e03d660493.jpg)