୬ଟି ସହରରେ ଖେଳାଯିବ ଆଇପିଏଲ! କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ବିନା କିଛି ଷ୍ଟାଡିୟମରେ ହୋଇପାରେ ମ୍ୟାଚ୍ ।

Advertisment
୬ଟି ସହରରେ ଖେଳାଯିବ ଆଇପିଏଲ! କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ବିନା କିଛି ଷ୍ଟାଡିୟମରେ ହୋଇପାରେ ମ୍ୟାଚ୍ ।
କନକ ବ୍ୟୁରୋ : ଗତବର୍ଷ କୋଭିଡ୍‌-୧୯ ମହାମାରୀ ପାଇଁ ଆଇପିଏଲ୍‌ ୟୁଏଇରେ ଖେଳାଯାଇଥିବା ବେଳେ ଚଳିତ ବର୍ଷର ସଂସ୍କରଣ ଭାରତରେ ଖେଳାଯିବା ନିଶ୍ଚିତ ହୋଇଛି। ଏଥିପାଇଁ ବିସିସିଆଇ ଏବଂ ଆଇପିଏଲ୍ ପରିଚାଳନା ପରିଷଦ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ମୁମ୍ବାଇ, ପୁନେ ଏବଂ ଅହମ୍ମଦାବାଦରେ ଏହାକୁ ସୀମିତ ରଖାଯିବ ବୋଲି ପ୍ରାରମ୍ଭିକ ଯୋଜନା କରାଯାଇଥିଲା। ଏବେ କିନ୍ତୁ ବିସିସିଆଇ ୬ଟି ସହରକୁ ସଂକ୍ଷିପ୍ତ ତାଲିକାରେ ରଖିଛି।
ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ, କୋଲକାତା, ଅହମ୍ମଦାବାଦ ଏବଂ ଦିଲ୍ଲୀ ଏଥିରେ ରହିଛନ୍ତି। ହାଇଦ୍ରାବାଦ କ୍ରିକେଟ୍ ସଂଘ ସହ କିଛି ଚିନ୍ତାର କାରଣ ଥିବାରୁ ଦିଲ୍ଲୀକୁ ପରବର୍ତ୍ତୀ ସମୟରେ ସାମିଲ କରାଯାଇଛି। ମହାରାଷ୍ଟ୍ରରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଥିବାରୁ ମଧ୍ୟ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମର ଆଇପିଏଲ୍‌ ମ୍ୟାଚ୍‌ ଗୁଡିକ ପ୍ରଶଂସକବିହୀନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟ କିଛି କେନ୍ଦ୍ରରେ ମଧ୍ୟ ଅଧା ଦର୍ଶକଙ୍କୁ ଅନୁମତି ପ୍ରଦାନ ଲାଗି ବିଚାର କରାଯାଉଛି। ଚଳିତ ମାସରେ ପୁନେରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳା ମଧ୍ୟ ବିନା ପ୍ରଶଂସକରେ‌ ଖେଳାଯିବ ବୋଲି ବିସିସିଆଇ ପୂର୍ବରୁ ଘୋଷଣା କରିସାରିଛି। ସୂଚନାଯୋଗ୍ୟ, ଆଇପିଏଲ୍‌-୧୪ ଏପ୍ରିଲ୍‌ ଦ୍ୱିତୀୟ ସପ୍ତାହରୁ ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ଖେଳାଯିବାକୁ ଯୋଜନା କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe