ଆଇପିଏଲକୁ ନେଇ ବଡ ଖବର । ୯ ଏପ୍ରିଲରୁ ଆରମ୍ଭ ହୋଇପାରେ ଆଇପିଏଲ, ୬ଟି ସ୍ଥାନରେ ଖେଳାଯାଇପାରେ ମ୍ୟାଚ୍ ।

Advertisment
ଆଇପିଏଲକୁ ନେଇ ବଡ ଖବର । ୯ ଏପ୍ରିଲରୁ ଆରମ୍ଭ ହୋଇପାରେ ଆଇପିଏଲ, ୬ଟି ସ୍ଥାନରେ ଖେଳାଯାଇପାରେ ମ୍ୟାଚ୍ ।

କନକ ବ୍ୟୁରୋ : ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗର ୧୪ତମ ସଂସ୍କରଣ ଆସନ୍ତା ଏପ୍ରିଲ୍‌‌ ୯ ତାରିଖରୁ ଆରମ୍ଭ ହେବାଲାଗି ସ୍ଥିର ହୋଇଥିବା ସୂଚନା ମିଳିଛି। ଆଇପିଏଲ୍ ମ୍ୟାଚ୍‌‌ ଏପ୍ରିଲ୍‌ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ତାରିଖ ପର୍ଯ୍ୟନ୍ତ ଦେଶର ୬ଟି ସ୍ଥାନ‌ରେ ଅନୁଷ୍ଠିତ ହୋଇପାରେ । ସୂଚନା ଅନୁସାରେ ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ଆଇପିଏଲ୍ ମ୍ୟାଚ ଖେଳାଯିବ। ସମୁଦାୟ ୫୧ ଦିନ ଧରି ଅନୁଷ୍ଠିତ ଦିନ ଧରି ଅନୁଷ୍ଠିତ ହେଉଥିବା ଟୁର୍ଣ୍ଣାମେଣ୍ଟରେ ୬୦ଟି ମ୍ୟାଚ୍‌ ଖେଳାଯିବ।

ଗତବର୍ଷ ମହାମାରୀ କରୋନା ପାଇଁ ଆପିଏଲର ୧୩ତମ ସଂସ୍କରଣ ବା ୨୦୨୦ ମସିହା ଆଇପିଏଲ୍‌ ମ୍ୟାଚ୍ ବହୁ ବିଳମ୍ବରେ‌ ଭାରତରେ ନ ଖେଳାଯାଇ ୟୁଏଇରେ ଖେଳା ଯାଇଥିଲା। ତେବେ ବିସିସିଆଇ ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଭାରତରେ କରାଯିବ ବୋଲି ନିଷ୍ପତ୍ତି କରିଛି ।ଏହାପୂର୍ବରୁ କେଉଁ ଭେନ୍ୟୁରେ ମ୍ୟାଚ୍ ହେବ ସେନେଇ ଅନେକ କଥା ସାମ୍ନାକୁ ଆସୁଥିଲା । ଏପରିକି ସମସ୍ତ ଲିଗ୍ ମ୍ୟାଚ୍ ମୁମ୍ବାଇରେ ଓ ନକଆଉଟ ମ୍ୟାଚ୍ ଅହମ୍ମଦାବାଦରେ ହେବ ବୋଲି କୁହାଯାଉଥିଲା । ତେବେ କେଉଁଠି ମ୍ୟାଚ୍ ହେବ ସେନେଇ କୌଣସି ବିସ୍ତୃତ ସୂଚନା ଏଯାଏଁ ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe