କେକେଆରକୁ ଆଇପିଏଲ ଟାଇଟେଲ,ସୋସିଆଲ ମିଡିଆଠୁ ନେଇ ବ୍ୟକ୍ତିଗତଭାବେ ଗମ୍ଭୀରଙ୍କ ଉପରେ ଶୁଭେଚ୍ଛାର ବର୍ଷା ।

270

କନକବ୍ୟୁରୋ: ଭୁଲ ପ୍ରମାଣିତ ହେଲେ ଗୌତମଙ୍କ ସମାଲୋଚକ । କାମ ଦେଲା ଗୌତମଙ୍କ ‘ଗମ୍ଭୀର’ ଚାଲ୍ । ୨୦୨୪ ଆଇପିଏମଲ ଟାଇଟଲ ଜିତାଇଦେଲେ ଦାମୀ ଖେଳାଳୀ ମିଚେଲ ଷ୍ଟାର୍କ୍ । ଆଗକୁ ଟିମ୍ ଇଣ୍ଢିଆର କୋଚ୍ ହୋଇପାରନ୍ତି ଗମ୍ଭୀର କି । ଏପଟେ କେକେଆରର ମେଂଟର ପଦ ନଛାଡିବାକୁ ଗୌତମଙ୍କୁ ଟିମ୍ ମାଲିକ ଶାହାରୁଖ ଖାନ ବ୍ଲାଙ୍କ୍ ଚେକ୍ ଦେବା ନେଇ ହେଉଛି ଚର୍ଚ୍ଚା । ଆଇପିଏଲ ୨୦୨୪ର ଅସଲ ବାଜିଗର୍ । ଟାଇଟଲ୍ ବିଜୟୀ ଟିମ୍ କେକେଆରର ମେଂଟରଙ୍କୁ ନେଇ ଥମୁନି ଚର୍ଚ୍ଚା । ମ୍ୟାଚ୍ ନ ଖେଳି ସିଜିନର ହିରୋ ପାଲଟିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ଗୌତମ ଗମ୍ଭୀର । କୋଲକାତା ଟିମ ମେଂଟର ଗମ୍ଭୀରଙ୍କ ଚାଲ୍ ଦେଇଛି କାମ ।

୧୦ ବର୍ଷ ପରେ ଆଇପିଏଲ ଟାଇଟଲ୍ ହାତେଇଛି ଟିମ୍ । ଏଥିପାଇଁ ଗମ୍ଭୀରଙ୍କ ପ୍ଲେୟାର ଚୟନରୁ ସଭିଁଏ ପ୍ରସଂସା କରିଛନ୍ତି । ହେଲେ ଆଇପିଏଲ ଅକ୍ସନରେ ଅଷ୍ଟ୍ରେଲିଆ ପେସର ମିଚେଲ୍ ଷ୍ଟାର୍କଙ୍କ ଯେତେବେଳେ କେକେଆର୨୪ କୋଟି ୨୫ ଲକ୍ଷଟି ଟଙ୍କାରେ କିଣିଥିଲା ସେତେବେ ଗୌତମଙ୍କୁ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ହେଲେ ଟୁର୍ଣ୍ଣାମେଂଟରେ ଦୁଇ ନକ ଆଉଟ୍ ମ୍ୟାଚ ଜିତାଇବାରେ ମିଚେଲ ନେଇଥିଲେ ପ୍ରମୁଖ ଭୂମିକା । ପ୍ରଥମ କ୍ୱାଲିଫାୟରରେ ୪ ଓ ଫାଇନାଲରେ ଆରମ୍ଭରୁ ୨ ୱିକେଟ୍ ନେଇ ଦଳକୁ ଦେଇଥିଲେ ମଜବୁତ ଲିଡ୍ । ଉଭୟ ମ୍ୟାଚରେ ଟପ୍ ପ୍ଲେୟାର ଟ୍ରଫି ପାଇଥିଲେ ମିଚେଲ୍ ।

ଏହା ପରେ ଟାଇଟଲର ସବୁ ଶ୍ରେୟ ଗୌତମ ଗମ୍ଭୀରଙ୍କୁ ଯାଇଛି । ଗମ୍ଭୀରଙ୍କ ଶାଣିତ ରଣନୀତି ଓ ପ୍ଲେୟାର ଚୟନ ପାଇଁ କେକେଆର୍ ଟିମ୍ ତୃତୀୟ ଥର ଟାଇଟଲ୍ ହାତେଇପାରିଛି । ହେଲେ ଏହାରି ଭିତରେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ପାଇଁ ଗମ୍ଭୀର ଇଛା ପ୍ରକାଶ କରିଥିବା ସୂଚନା ମଳିଛି । ଆଉ ଏହି ଚର୍ଚ୍ଚାକୁ ଅଧିକ ଖୋରାଗ ଯୋଗାଇଛି ବିସିସିଆଇ ସମ୍ପାଦକ ଜୟ ଶାହା ଗୌତମ ଗମ୍ଭୀରଙ୍କ ଭେଟଘାଟ । ରବିବାର ଫାଇନାଲ ମ୍ୟାଚ ପରେ ଗମ୍ଭୀରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ଜୟ ଶାହା । କୁହାଯାଉଛି ଟିମ୍ ଇଣ୍ଡିଆର କୋଚ୍ ପଦ ନେଇ ଏହି ଆଲୋଚନା ହୋଇଥିଲା । ତେବେ ଗମ୍ଭୀରଙ୍କୁ ଛାଡିବାକୁ ଅରାଜି କେକେଆର ମାଲିକ ଶାହାରୁଖ ଖାନ । ଏଥିପାଇଁ ସେ ତାଙ୍କୁ ବ୍ଲାଙ୍କ୍ ଚେକ୍ ଅଫର କରିଥିବା ସୂଚନା ମିଳିଛି ।