କାଲିଠୁ ଆରମ୍ଭ ହେଉଛି ଆଇପିଏଲ ଋତୁ: ଉଦଘାଟନୀ ମ୍ୟାଚରେ ଜଲୱା ଦେଖାଇବେ ବଲିଉଡ ଷ୍ଟାର

206

କନକ ବ୍ୟୁରୋ: ହାତରେ ୨୪ ଘଂଟାରୁ ବି କମ୍ ସମୟ । ଆରମ୍ଭ ହେବ ଫଟାଫଟ କ୍ରିଟେକର ମହାକୁମ୍ଭ ଆଇପିଏଲ-୨୦୨୪ । ଏଥର ଗ୍ରାଣ୍ଡ ଉଦ୍ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ ବିଶେଷ ଆୟୋଜନ । ଚେନ୍ନାଇ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଝୁମିବେ ଦର୍ଶକ । ଦେଢ ଘଂଟା ଧରି ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ଏଥିରେ ମୁଖ୍ୟ ଆକର୍ଷଣ ରହିବେ ବଲିଉଡ କଳାକାର । ଖିଡାଲି ଷ୍ଟାର ଅକ୍ଷୟ କୁମାର, ଟାଇଗର ସରାଫ, କଣ୍ଠଶିଳ୍ପୀ ସୋନୁ ନିଗମ୍, ସଂଗୀତ ନିଦ୍ଦେଶକ ଏ. ଆର୍ ରହମାନ ପ୍ରମୁଖ । ସନ୍ଧ୍ୟା ୬.୩୦ରୁ ଏହି ଉଦ୍ଘାଟନୀ ଉତ୍ସବରେ ଆରମ୍ଭ ହେଉଥିବା ବେଳେ ୮ ଟାରୁ ମ୍ୟାଚ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ମୁହାମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗ ଓ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋର ।