ଆଜି ଆସିବ ଆଇପିଏଲ ଖେଳସୂଚୀ : ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ସୂଚନା, ଦୁବାଇ ଓ ଆବୁଧାବିରେ ଭିନ୍ନ ଭିନ୍ନ ସଙ୍ଗରୋଧ ନିୟମକୁ ନେଇ ଖେଳସୂଚୀ ପ୍ରସ୍ତୁତି ପାଇଁ ହେଲା ବିଳମ୍ବ

287

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଆଇପିଏଲର ଖେଳ ସୂଚୀ । ଆଇପିଏଲ ଅଧ୍ୟକ୍ଷ ବ୍ରଜେଶ ପଟେଲ ଏହି ସୂଚନା ଦେଇଛନ୍ତି । ଦୁବାଇ ଓ ଆବୁଧାବିରେ ଭିନ୍ନ ଭିନ୍ନ ସଙ୍ଗରୋଧ ନିୟମକୁ ନେଇ ଆଇପିଏଲ ପରିଚାଳନା ପରିଷଦ ସୂଚୀ ଚୂଡାନ୍ତ କରିବା ପାଇଁ ସମୟ ନେଇଥିଲେ । ଏହାର ସମାଧାନ ହୋଇଯାଇଛି । ଆଜି ନିଶ୍ଚିତ ଖେଳ ସୂଚୀ ପ୍ରକାଶ ପାଇବ ବୋଲି କହିଛନ୍ତି ଆଇପିଏଲ ଅଧ୍ୟକ୍ଷ । ପରମ୍ପରା ମୁତାବକ ପୂର୍ବ ବର୍ଷର ବିଜେତା ଓ ଉପବିଜେତା ଉଦଘାଟନୀ ମ୍ୟାଚରେ ମୁହାଁ ମୁହିଁ ହେବାର ଆଶା ରହିଛି । ମାତ୍ର ଦୁଇ ସପ୍ତାହ ପରେ ଅର୍ଥାତ ସେପ୍ଟେମ୍ବର ୧୯ରୁ ଆଇପିଏଲ ମ୍ୟାଚ ଆରମ୍ଭ ହୋଇ ନଭେମ୍ବର ୧୦ ତାରିଖରେ ଶେଷ ହେବ ।

ଏହି ୩୫ ଦିନିଆ ଏବଂ ୬୦ ମ୍ୟାଚ ବିଶିଷ୍ଟ ସଂସ୍କରଣ ଆଇପିଏଲର ସବୁଠୁ ଲମ୍ବା ହେବ ଓ ଦିନକୁ ୨ଟି ମ୍ୟାଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରଜେଶ ପଟେଲ ସୂଚନା ଦେଇଛନ୍ତି । ଆଇପିଏଲ ଖେଳ ସୂଚୀ ପ୍ରକାଶ ପାଇବାରେ ଯେତିକି ବିଳମ୍ବ ହେଉଛି, ଫ୍ରାଂଚାଇଜଙ୍କ ମଧ୍ୟରେ ସେତିକି ଚିନ୍ତା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଶୁକ୍ରବାର ଖେଳସୁଚୀ ପ୍ରକାଶ ପାଇବ ବୋଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ । ହେଲେ ତାଙ୍କ କଥା ମିଛ ପ୍ରମାଣିତ ହୋଇଛି ।