ସେପ୍ଟେମ୍ବର ମାସରେ ହୋଇପାରେ ଆଇପିଏଲର ବଳକା ମ୍ୟାଚ ! ଅକ୍ଟୋବର ୧୦ରେ ହୋଇପାରେ ଫାଇନାଲ

210

କନକ ବ୍ୟୁରୋ: କରୋନା ମହାମାରୀ ପାଇଁ ଚଳିତ ଆଇପିଏଲରେ ବ୍ରେକ ଲାଗିଛି । ତେବେ ବଳକା ମ୍ୟାଚ ଆୟୋଜନ ପାଇଁ ଏବେ ଚିନ୍ତାରେ ବିସିସିଆଇ । ତେବେ ଏହାରି ମଧ୍ୟରେ ଏକ ବଡ ଖବର ଆସିଛି । କୁହାଯାଉଛି ସେପ୍ଟେମ୍ବର ୧୯-୨୦ରେ ତାରିଖ ବେଳକୁ ଆଇପିଏଲ ଆରମ୍ଭ ହୋଇପାରେ । ଆଉ ଫାଇନାଲ ମ୍ୟାଚ ଅକ୍ଟୋବର ୧୦ ତାରିଖରେ ଖେଳାଯାଇ ପାରେ ।

ଆଇପିଏଲ ୧୪ତମ ସଂସ୍କରଣର ୩୧ ମ୍ୟାଚ ବାକି ଅଛି । ମେ ୨୯ ତାରିଖରେ ବିସିସିଆଇ ଦ୍ୱାରା ବୈଠକରେ ତାରିଖ ଘୋଷଣା ହୋଇପାରେ । ତେବେ ଏହାର ସମସ୍ତ ମ୍ୟାଚ ୟୁଏଇରେ ହେବ ବୋଲି ସୂଚନା ମିଳିଛି । ତେବେ ବଳକା ମ୍ୟାଚ ସେପ୍ଟେମ୍ବର ମାସରେ ହେବ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।