କରୋନା ପାଇଁ ଘୁଞ୍ଚିଲା ଆଇପିଏଲ । ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଆଇପିଏଲକୁ ଘୁଞ୍ଚାଇଲା ବିସିସିଆଇ ।

410

କନକ ବ୍ୟୁରୋ : କରୋନା ପାଇଁ ଘୁଞ୍ଚିଲା ଆଇପିଏଲ । ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଆଇପିଏଲ । କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ବିସିସିଆଇ । ଆସନ୍ତା ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥାନ୍ତା ଆଇପିଏଲ ୨୦୨୦ । ତେବେ ଏହାକୁ ଘୁଞ୍ଚାଇ ଦେବାକୁ ନିଷ୍ପତି ହୋଇଛି ବୋଲି କହିଛନ୍ତି ରାଜୀବ ଶୁକ୍ଳା । ଦର୍ଶକଙ୍କ ସାମ୍ନାରେ ସୁରକ୍ଷିତ ଖେଳ ଉପସ୍ଥାପନ କରିବା ଆମର ଦାୟିତ୍ୱ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଆମେ ଯଥେଷ୍ଟ ସର୍ତକ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ଆଇପିଏଲକୁ ନେଇ ବଡ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏପରିକି ଆଇପିଏଲ ହେବ ନା ନାହିଁ ତାହାକୁ ନେଇ ସସପେନ୍ସ ଦେଖା ଦେଇଥିଲା । ଏପରିକି ଆଜି କେଜ୍ରିୱାଲ ସରକାର ଦିଲ୍ଲୀରେ ଆଇପିଏଲ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ସେହିଭଳି ଗତ ୧୧ ତାରିଖରେ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଥିଲା । ବିଦେଶୀ ନାଗରିକଙ୍କ ଉପରେ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ଭିସା କଟକଣା ଲଗାଇଥିଲେ କେନ୍ଦ୍ର ସରକାର । ତେଣୁ ବିଦେଶୀ ଖେଳାଳି ଆଇପିଏଲରେ ଭାଗ ନେଇପାରିବେ ନାହିଁ ବୋଲି ସସପେନ୍ସ ଦେଖା ଦେଇଥିଲା । ଆଉ ଏସବୁ ଭିତରେ ବିସିସିଆଇ ଆଇପିଏଲକୁ ଘୁଞ୍ଚାଇବାକୁ ନିଷ୍ପତି ନେଇଛି ।