କାଲି ଆଇପିଏଲ: ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଦିଲ୍ଲୀ, ଜାଣନ୍ତୁ କେଉଁ ଟିମ କେଉଁ ସ୍ଥାନରେ?

342

କନକ ବ୍ୟୁରୋ : ରାତି ପାହିଲେ ପୁଣି ଆରମ୍ଭ ହୋଇଯିବ ଫଟାଫଟ କ୍ରିକେଟର କ୍ରେଜ । ଅର୍ଥାକ କାଲିଠୁ ଆରମ୍ଭ ହେଉଛି ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ । କରୋନା ଯୋଗୁଁ ବନ୍ଦ ରହିଥିବା ଅଧା ମ୍ୟାଚ କାଲିଠୁ ଆରମ୍ଭ ହେବ । ସବୁ ଟିମ ପ୍ରାୟ ୭ରୁ ୮ ମ୍ୟାଚ ଖେଳି ସାରିଛନ୍ତି । ଏହାସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ । ତେବେ ଆସନ୍ତୁ ଜାଣିବା ଆଉ କେଉଁ ଟିମ କେଉଁ ସ୍ଥାନରେ ରହିଛି ।

ଦିଲ୍ଲୀ କ୍ୟାପିଟାଲ-
ଦିଲ୍ଲୀ କ୍ୟାପିଟାଲ ଆଇପିଏଲ ପ୍ରଥମ ପର୍ଯ୍ୟାୟରେ ୮ରୁ ୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟ ହୋଇଛି । ଏହାସହ ମୋଟ ୧୨ ପଏଣ୍ଟଓ ୦.୫୪୭ ରନ ରେଟ ସହ ଟେବୁର ପ୍ରଥମ ସ୍ଥାନରେ ରହିଛି ।

ଚେନ୍ନାଇ ସୁପର କିଙ୍ଗସ
ଆଇପିଏଲର ସବୁଠାରୁ ସଫଳ ଟିମ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ପ୍ରଥମ ପର୍ଯ୍ୟାୟରେ ଚେନ୍ନାଇ ୭ ମ୍ୟାଚ ଖେଳି ୫ରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚରେ ପରାଜୟ ହୋଇଛି । ଏହାସହ ୧୦ ପଏଣ୍ଟ ସହ ଚେନ୍ନାଇ ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ବିରାଟ କୋହଲିଙ୍କ ନେତୃତ୍ୱାଧିନ ଆରସିବି ଟିମ ୧୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଆରସିବି ୭ ମ୍ୟାଚ ଖେଳି ୫ଟିରେ ବିଜୟୀ ଓ ୨ଟି ମ୍ୟାଚରେ ପରାଜୟ ହୋଇଛି ।

ମୁମ୍ବାଇ ଇଣ୍ଡିଆନ୍ସ
ଆଇପିଏଲ ଇତିହାସର ସବୁଠାରୁ ସଫଳ ଟିମ ମୁମ୍ବାଇ । କାରଣ ଆଇପିଏଲରେ ୫ ଥର ଚାମ୍ପିୟନ ହୋଇ ସାରିଛି ମୁମ୍ବାଇ । ମୁମ୍ବାଇ ୭ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରଜିତ ହୋଇଛି ।

ରାଜସ୍ଥାନ ରୟାଲ୍ସ
ଆଇପିଏଲ ଇତିହାସରେ ପ୍ରଥମ ବିଜେତା ରାଜସ୍ଥାନ । ହେଲେ ଏହି ସିଜିନରେ ମୋଟ ୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ଦଳ । ରାଜସ୍ଥାନ ୭ ମ୍ୟାଚ ଖେଳି ୩ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪ରେ ପରାଜିତ ହୋଇଛି ।

ପଞ୍ଜାବ କିଙ୍ଗସ
ପଞ୍ଜାବ ଆଇପିଏଲରେ ଏମିତି ଏକ ଟିମ ଯିଏ କି ଆଜି ଯାଏଁ କୌଣସି ଟ୍ରଫି ହାତେଇ ନାହିଁ । ଚଳିତ ଆଇପିଏଲରେ ବି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛି ପଞ୍ଜାବ । ପଞ୍ଜାବ ୮ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇ ୫ଟିରେ ପରାଜୟ ହୋଇଛି । ଏହାସହ ଷଷ୍ଠ ସ୍ଥାନରେ ରହିଛି ପଞ୍ଜାବ ।

କୋଲକାତା ନାଇଟ ରାଇଡର
କୋଲକାତା ଚଳିତ ଆଇପିଏଲରେ ସପ୍ତମ ସ୍ଥାନରେ ରହିଛି । ପ୍ରଥମ ପର୍ଯ୍ୟାୟରେ କୋଲକାତା ୭ଟି ମ୍ୟାଚ ଖେଳି ୨ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୫ଟି ପରାଜୟର ସାମ୍ନା କରିବାକୁ ପଡିଛି ।

ସନରାଇଜର୍ସ ହାଇଦ୍ରାବାଦ
ଏଥର ଆଇପିଏଲରେ ହାଇଦ୍ରାବାଦ ସବୁଠାରୁ ଖରାପ ପ୍ରଦର୍ଶନ କରିଛି । ୭ଟି ମ୍ୟାଚରୁ ୧ ଟିଏ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶେଷରେ ରହିଛି ହାଇଦ୍ରାବାଦ ।